ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜଗନ୍ନାଥ ସେବା ସମିତି ଆନୁକୂଲ୍ୟରେ ଏପ୍ରିଲ ୨୯ ରେ ମାଗଣା ସ୍ୱାସ୍ଥ୍ୟ ଶିବିର

ନିଃସନ୍ତାନ ଦମ୍ପତି ଓ ସ୍ତ୍ରୀ ରୋଗ ଉପଚାର ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ….

ଧର୍ମଗଡ଼ ଜଗନ୍ନାଥ ସେବା ସମିତି ସୌଜନ୍ୟରେ ଆସନ୍ତା ଏପ୍ରିଲ ୨୯ ତାରିଖ ଶୁକ୍ରବାର ଦିନ ଧର୍ମଗଡ଼ ଏନଏସି କାର୍ଯ୍ୟାଳୟ ପରିସରରେ ସ୍ତ୍ରୀ ରୋଗ ସମ୍ବନ୍ଧିୟ ଏକ ମାଗଣା ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହେବ। ରାୟପୁର ସ୍ଥିତ ଅଶୋକା ସୁପର ସ୍ପେସାଲିଷ୍ଟ ସ୍ତ୍ରୀ ରୋଗ ହସ୍ପିଟାଲ ର ସୁନାମଧନ୍ୟ ଡାକ୍ତର ଏ.ସୁରେଶ ଏବଂ ତାଙ୍କ ଡାକ୍ତରୀ ଦଳ ଧର୍ମଗଡ଼ ଆସି ଉକ୍ତ ଶିବିରରେ ସ୍ତ୍ରୀ ରୋଗ ଜନିତ ଚିକିତ୍ସା ସେବା ମାଗଣାରେ ପ୍ରଦାନ କରିବେ।ଏହି ସ୍ୱାସ୍ଥ୍ୟ ଶିବିରରେ ଗର୍ଭାଶୟ ଜନିତ କର୍କଟ, ଧଳା ସ୍ରାବ, ମାସିକ ଅନିୟମିତତା, ଅତ୍ୟଧିକ ରକ୍ତସ୍ରାବ, ଅତ୍ୟଧିକ ରକ୍ତସ୍ରାବ ଗର୍ଭାଶୟରେ ଟ୍ୟୁମର ଜନିତ ଓ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ର ପରାମର୍ଶ ମାଗଣାରେ ପ୍ରଦାନ କରିବେ।ସୂଚନାଯୋଗ୍ୟ ଯେ, ଡାକ୍ତର ଏ ସୁରେଶ ତାଙ୍କର ୨୨ ବର୍ଷ ଚିକିତ୍ସା କ୍ଷେତ୍ରରେ ଶହ ଶହ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ସଫଳତା ଅର୍ଜନ କରିବା ଯୋଗୁଁ ତାଙ୍କ ନାମ ଲିମକା ବୁକ ଅଫ ଇଣ୍ଡିଆ ସ୍ଥାନ ପାଇଛି।ନିଃସନ୍ତାନ ଚିକିତ୍ସା କ୍ଷେତ୍ରରେ ଏକ ୬୫ ବର୍ଷୀୟା ମହିଳାଙ୍କ ସଫଳ ଚିକିତ୍ସା କରିବାରେ ସଫଳ ହୋଇଛନ୍ତି।

ଧର୍ମଗଡ଼ରେ ଥିବା ଜଗନ୍ନାଥ ସେବା ସମିତି ୨୦୦୮ ମସିହାରୁ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଆଣି ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ଜରିଆରେ ପ୍ରାୟ ୫୦ ହଜାର ଗରିବ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରି ପ୍ରଶଂସିତ ହୋଇଥିବା ବେଳେ କରୋନା କଟକଣା ପରେ ପୁଣି ଥରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡ଼ିଛି।

ଆସନ୍ତା ଶୁକ୍ରବାର ଦିନ ଧର୍ମଗଡ଼ ରେ ମହିଳା ଙ୍କ ଗର୍ଭାଶୟ ଜନିତ ରୋଗର ସମ୍ପୁର୍ଣ୍ଣ ସମାଧାନ ପାଇଁ ହେବାକୁ ଥିବା ମାଗଣା ସ୍ୱାସ୍ଥ୍ୟ ଶିବିରର ସୁଯୋଗ ନେବା ପାଇଁ ଜଗନ୍ନାଥ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଲଡୁଗାଁ ଠାରେ ଡେଙ୍ଗୁ ସଚେତନତା ପଦଯାତ୍ରା

Leave a Comment

error: Content is protected !!