ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ ପ୍ରଥମେ ରକ୍ତ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କଲେ….

ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ସଫଳତା ପରେ କମିଟି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି। ଧର୍ମଗଡ ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ପ୍ରଥମେ ସ୍ବେଛାକୃତ ଭାବେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ ଚୋପଦାର, ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ପୁର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଉତ୍ସବ କୋର୍ କମିଟିର ବରିଷ୍ଠ ସଦସ୍ୟ ହୃଷିକେଶ ମିଶ୍ର, ବିଦ୍ୟାଧର ସାହୁ, ଲିଙ୍ଗରାଜ ପାତ୍ର, ବିବେକ ରଞ୍ଜନ ମିଶ୍ର,ସଞ୍ଜୀବ କୁମାର ମୁଣ୍ଡ, ଯୁବ ରେଡକ୍ରସ ସଂଗଠନ ର ଶାନ୍ତନୁ ପରିଡ଼ା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ଅଶ୍ୱିନ କୁମାର କର, ଲେବ ଟେକ୍ନିସିଆନ୍ ଗଜାନନ ବେହେରା, ଭରତ କାଣ୍ଡ, ନିଗମ ଗୋପାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ସୋସିଆଲ ଅର୍ଗାନାଇଜେସନ କଳାହାଣ୍ଡି ପରିବାର ର ସ୍ଵେଚ୍ଛାସେବୀ ଉମାକାନ୍ତ ସୁନାନୀ ଏଵଂ ତାଙ୍କ ଦଳ ର ଏହି ରକ୍ତଦାନ ଶିବିର କୁ ପରିଚାଳନା କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କେନ୍ଦ୍ରୀୟ ସ୍ବାସ୍ଥ୍ୟ ଦଳ ଥୁଆମୂଳ ରାମପୁର ଗସ୍ତ , ମା ଓ ଶିଶୁ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱାରୋପ 

Sunil Chandra Nayak

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ଫୁଲବାଣୀ ବଡ ମେଡ଼ିକାଲ ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ସିଟିସ୍କାନ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!