ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ବାଲିଖାଦା ରେ ବସ୍ତା ପୁଲିସ ର ଚଢାଉ ୩ଟ୍ରାକ୍ଟର ଜବତ

ବେଆଇନ ବାଲିଖାଦା ରେ ବସ୍ତା ପୁଲିସ ର ଚଢାଉ ୩ଟ୍ରାକ୍ଟର ଜବତ

 ବସ୍ତା, 06/02 :ବେଆଇନ ବାଲି ଖାଦାନ ଉପରେ ବସ୍ତା ପୋଲିସର ଅତର୍କିତ ଚଢ଼ାଉ ୩ଟ୍ରାକ୍ଟର ଜବତ ।ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଧିତପୁରା ଗ୍ରାମରେ। ସୂଚନାରୁ ପ୍ରକାଶ ଉକ୍ତ ସ୍ଥାନରେ ଦୀର୍ଘଦିନ ଧରି ବେଆଇନ ଭାବେ ମାଫିଆ ମାନେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରି ପଡୋଶୀ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରି ମାଲେମାଲ୍ ହେଉଛନ୍ତି। ଯାହା ଫଳରେ ରାଜସ୍ବ ହାନୀ ଘଟୁଛି । ଏ ନେଇ ଅଞ୍ଚଳବାସୀ ବାରମ୍ବାର ମାଇନିଙ୍ଗ, ରାଜସ୍ବ ଓ ବସ୍ତା ଥାନାରେ ଅଭିଯୋଗ କରି ଆସୁଥିଲେ ଫଳରେ ଆଜି ବସ୍ତା ପୋଲିସର ଏକ ଟିମ୍ ଅଚାନକ ଉକ୍ତ ଖାଦାନ ଉପରେ ଚଢ଼ଉ କରିଥିଲେ ଫଳରେ ମାଫିଆମାନେ ଛତ୍ର ଭଙ୍ଗ ଦେଇ ୯ଟି ଟ୍ରାକ୍ଟର ଥିବା ସମୟରେ ୬ଟି ଟ୍ରାକ୍ଟର କୁ ଖସାଇ ନେବାରେ ସକ୍ଷମ ହୋଇଥିଲେ ବାକି ୩ଟି ଖାଲି ଟ୍ରାକ୍ଟର ପୋଲିସ ଟିମ ନିଜ ହେପାଜତ କୁ ନେବାରେ ସକ୍ଷମ ହୋଇଥିଲେ। ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତର ଚଢ଼ଉ ହେବା ସ୍ଥାନ ପୂର୍ବରୁ ମଥାନୀ ବାହାର୍ଦ୍ଦା ପଞ୍ଚାୟତ ଜଳକାନଦୀର ବିଭିନ୍ନ ସ୍ଥାନରୁ ବାଲି ମାଫିଆ ମାନେ ବାଲି ନଦୀରୁ ଉଠାଇ ବିଭିନ୍ନ ସ୍ଥାନରେ ଜମାକରି ରଖୁଛନ୍ତି ପୁଣି ରାମଚନ୍ଦ୍ରପୁର ଗ୍ରାମରେ ଏକ ବେଆଇନ ଖାଦାନ ଚାଲୁଥିବା ବେଳେ କାହିଁକି ଧିତପୁରା ଖାଦାନ ରେ ଚଢ଼ଉ ହେଲା ଏନେଇ ବୁଦ୍ଧିଯିବି ମହଲରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ତେବେ ବିଭାଗୀୟ ଅଧିକାରୀ ଯଥାଶିଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

masiha

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

Sunil Chandra Nayak

Leave a Comment

error: Content is protected !!