ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଏଲ୍ ନିଶି ମିଶନ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ ଏଲ୍ ନିଶି ମିଶନ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ଼,୬/୨(ମନିସ)ଜୁନାଗଡ ସହର ହଣ୍ଡା ଖାଲ ପଡl ସ୍ଥିତ ଏଲ୍ ଲିସି ମିସନ୍ ସ୍କୁଲ ର ୨୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର୍ ଯୋଗଦେଇ ଥିଲେ l ଶ୍ରି ମେହେର୍ ଏହି ସ୍କୁଲ କିପରି ଆହୁରି ଆଗକୁ ଯିବ ଏବ୍ଂ ଏହି ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜଳମୟ ହେବ ସେ ନେଇ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ lସମ୍ମାନିତ ଅତିଥି ଭାବେ ପି ଆଇ କଲେଜ ର ଖେଳ ଶିକ୍ଷକ ସମୀର ସାହୁ ସ୍କୁଲ ର ନିର୍ଦ୍ଦେଶକ କୋଶୀ ଜଁକୋଟୀ, ସ୍କୁଲ୍ ଅଧକ୍ଷl ଟି ବି ସିନ୍ଧୁ ମଞ୍ଚାସୀନ ହୋଇଥିଲେ lସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗl ରଙ୍ଗ କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ lବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ ଛୁଇଁଥିଲା।ଏହି କାର୍ଯ୍ୟ କ୍ରମ କୁ ସ୍କୁଲ ର ବରିଷ୍ଟ ଶିକ୍ଷକ ଜନ୍ମଜୟ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ସ୍କୁଲ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଟେଲିକମ କମ୍ପାନୀର ଏରିଆ ମ୍ୟାନେଜର ସଡ଼କ ଦୁର୍ଘଟଣା

masiha

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

Sunil Chandra Nayak

Leave a Comment

error: Content is protected !!