ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ  ମହାଶିବରାତ୍ରୀ  ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

ରାଉରକେଲା ରେ  ମହାଶିବରାତ୍ରୀ  ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

ରାଉରକେଲା : ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ  ମହାଶିବରାତ୍ରୀ ଉପଲକ୍ଷ୍ୟରେ ଆୟୋଜିତ ମେଳା ଫେବୃଆରୀ ୨୬ରେ ଆରମ୍ଭ ହୋଇ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜନ କରାଯିବ । ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ମହାଶିବରାତ୍ରୀ ଦିବସ ଓ ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହାର ଅଧ୍ୟକ୍ଷତାରେ କରିଥିଲେ l   

ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ ଚଳିତ ବର୍ଷ ୧୩ ଦିନ ଧରି ମେଳା ଆୟୋଜନ କରାଯିବ। ଫେବୃଆରୀ ୨୬ରେ ଆରମ୍ଭ ହୋଇ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ମେଳା  ଚାଲିବ।ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ  ଆବଶ୍ଯକ ପୋଲିସ ଫୋର୍ସଙ୍କ ସହ ସିଭିଲ 

ଡିଫେନ୍ସର ସ୍ବେଚ୍ଛାସେବୀ ଙ୍କୁ ମଧ୍ୟ ନିୟୋଜିତ କରାଯିବ। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ।  ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ମହଜୁଦ ରଖାଯିବାର ବୈଠକରେ ନିଷ୍ପତ୍ତି ନିଆଯାଇଛି l ସେହିପରି ନଦୀ ଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରିବାକୁ ପ୍ରଶାସନ ପକ୍ଷରୁ  ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଆରଏସପି ଅଧିକାରୀମାନଙ୍କୁ କୁହାଯାଇଛି।

ବେଦବ୍ୟାସ ପୀଠରେ ହେବାକୁ ଥିବା ମେଳାରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ୱାଟକୋ ଏବଂ ମନ୍ଦିର ଚର୍ତୁପାର୍ଶ୍ବ ଓ ମେଳା ପଡିଆ କୁ ନିୟମିତ ପରିସ୍କାର ପରିଛନ୍ନତା  ପାଇଁ ରାଉରକେଲା ମହାନଗର ନିଗମ କୁ ଦାୟିତ୍ବ  ଦିଆଯାଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ଟିପିଡବ୍ଲୁଓଡିଏଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମେଳାରେ ଅସ୍ଥାୟୀ ଚିକିତ୍ସା ଶିବିର ସହ ମେଡିକାଲ ଷ୍ଟାଫ ଓ ୨ଟି ଆମ୍ବୁଲାନ୍ସ ମହଜୁଦ୍ ରଖାଯିବ। ମେଳାରେ ଆଲୋକୀକରଣ, ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦେବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ବୈଠକରେ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ, ସହାୟକ ଆୟୁକ୍ତ ଅଜିତ ପଟ୍ଟନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ବର୍ଷା ବିତ୍ପାତ ! ଯୋରଦା ପଞ୍ଚାୟତର ଦୁନ୍ଦୁ ସାହିରେ କାନ୍ଥ ଭୁଷୁଡି ପରିବାରର ୪ ସଦସ୍ୟ ଆହତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

Leave a Comment

error: Content is protected !!