ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତେନ୍ତୁଳିଖୁଣ୍ଟି ବିଦ୍ୟାଳୟ ପରିଦର୍ଶନ 

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତେନ୍ତୁଳିଖୁଣ୍ଟି ବିଦ୍ୟାଳୟ ପରିଦର୍ଶନ 

 ତେନ୍ତୁଳିଖୁଣ୍ଟି ୦୮/୦୨/୨୫ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁ ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷ ଡାବୁଗାଁ ବିଧାୟକ ମନୋ ହର ରନ୍ଧାରୀ ଙ୍କ ନେତୃତ୍ୱ ରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ପ୍ରମୁଖ ଆଜି ବ୍ଲକ ର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ର ଭିତ୍ତିଭୂମି ଦେଖିବା ସହିତ ପିଲାଙ୍କ ସହ କଥାବାର୍ତା ହୋଇଥିଲେ । କୁଜା ଜାନିଗୁଡ଼ା ବିଦ୍ୟାଳୟ ଆସି ପିଲାଙ୍କ ସହ ସମସ୍ୟା ପଚାରି ବୁଝିବା ବେଳେ ବିଦ୍ୟାଳୟ ରେ ସବୁବେଳେ ପାଣିର ସମସ୍ୟା ଲାଗି ରହିଥିବା ଶୁଣି ଶିଘ୍ର ସମାଧାନ ପାଇଁ ପି ଏ ଆଇ ଟି ଡି ଏ ପ୍ରକଳ୍ପ ନିର୍ଦେଶକ ରାଜୀବ ସାହୁ ଶିଘ୍ର ମାସେ ମଧ୍ୟରେ ପାଣି ସମସ୍ୟା ସମାଧାନ ପାଇଁ ଆଦେଶ ଦେଇଛନ୍ତି । ଅଧକ୍ଷ ରନ୍ଧାରୀ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ସଂସ୍କୃତ ଓ ଇଂରାଜୀ ବିଷୟରେ ପଢାଇବା ସହିତ ବିଭିନ୍ନ ବିଷୟରେ ପଚାରି ବୁଝି ସନ୍ତୁଷ୍ଟ ପ୍ରକାଶ କରିଥିଲେ l ପରେ ପାତ୍ରପୁଟ ବିଦ୍ୟାଳୟ ଯାଇ ସେଠାରେ ମଧ୍ୟ ପିଲାଙ୍କ ସହ କଥାହୋଇ ଖାଦ୍ୟ କିପରି ଦିଆଯାଇଛି ପଚାରି ବୁଝିବା ସହ ସନ୍ତୁଷ୍ଟ ପ୍ରକାଶ କରିବା ସହ ପିଲାଙ୍କୁ ପାଠ ପଢାଇ ଥିଲେ ଓ ନବମ ଓ ଦଶମ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭଂଜନ ର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ । କମିଟି ସହ ବିଭାଗ ଉପ ନିର୍ଦେଶକ ମନୋଜ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକl, ଆଇ ଟି ଡି ଏ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସମସ୍ତ ବିଦ୍ୟାଳୟ କର୍ମଚାରୀ ଉପସ୍ଥିତ ରହିଥିଲେ l

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

କ୍ରୁଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଟିତ

Sunil Chandra Nayak

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!