ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧରାକୋଟ ରେ ରାମ ଚରିତ ମାନସ

ଧରାକୋଟ ରେ ରାମ ଚରିତ ମାନସ

ଆସିକା, ୮/୨/୨୫ // ଧରାକୋଟ ସ୍ଥିତ ରାମ ବନବାସ ମଠ ପରିସରରେ ସୀତା ସ୍ବାମୀ ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ନଅ ଦିନ ଧରି ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସତସଙ୍ଗ କେନ୍ଦ୍ର ର ଊନବିଂଶ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟହ ଶ୍ରୀ ମହା ବିଷ୍ଣୁ ଙ୍କର ଘୃତ ଯଜ୍ଞ,ଦୀପ ଯଜ୍ଞ ଓ ଆର ଯଜ୍ଞ ଅନୁଷ୍ଠିତ ହେଉଛି। ଏହା ମଧ୍ୟରେ ପଣ୍ଡିତ ସନ୍ତୋଷ କୁମାର ଷଡଙ୍ଗୀ ଓ ସେଥି ବଂଶୀଧର ଦାସ ଙ୍କ ଦ୍ଵାରା 108 ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ଏରେଣ୍ଡରା ର ଶ୍ରୀ ସୁଧୀର ମହାରାଜଜି,ଭୁବନେଶ୍ୱର ର ଶ୍ରୀ ନବୀନ ମହାରାଜଜୀ, ଶ୍ରୀପାଦ ଶ୍ରୀ ରାଜେନ୍ଦ୍ର ଦାସ ବ୍ରହ୍ମଚାରୀ,ବଡଗଡ ର ଶ୍ରୀମତୀ ସ୍ୱର୍ଣଲତା ମିଶ୍ର ବିଭିନ୍ନ ଦିନ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ପଦ୍ମ ଚରଣ ବାରିକ,ଯୋଗେନ୍ଦ୍ର ଘୋଷ,ଗୋଲକ ବିହାରୀ ସାହୁ ଙ୍କ ସମେତ ଧରାକୋଟ ଗଡର ବହୁ ବ୍ୟକ୍ତି ଏଥିରେ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ରୁପ୍ରାରୋଡରେ ହନୁମାନ ଜୟନ୍ତୀ 

Sunil Chandra Nayak

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

Sunil Chandra Nayak

ଆଳତୁମା ଗ୍ରାମର ପ୍ରତିଷ୍ଠିତ ପାର୍ଶ୍ଵଦେଵୀ ମା ଵ୍ରାହ୍ମଣୀଦେଵୀଙ୍କ ଶକ୍ତି ପୀଠରେ ବୈଶାଖ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ

Leave a Comment

error: Content is protected !!