ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୁହିକ ବ୍ରତୋପୟନ ଉତ୍ସବ 

ସାମୁହିକ ବ୍ରତୋପୟନ ଉତ୍ସବ 

 ରାଉରକେଲା: ଦଇତାପତି ସେବାୟତ ନିଯୋଗ ଆବାହକତ୍ବ ରେ ସାମୁହିକ ବ୍ରତୋପୟନ ଉତ୍ସବ କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଆଖଣ୍ଡଳମଣି ଓ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ରତୋପୟନ କାର୍ଯ୍ୟକ୍ରମରେ ରାଉରକେଲା, ବଣେଇ, ଛତିଶଗଡ଼,ଦଳପୋଷ,ଫର୍ଟିଲାଇଜର,ଟିସ୍କୋ, ଝିରପାଣି ଅଞ୍ଚଳର ପ୍ରାୟ ୧୫ ଜଣ ଗରିବ ବ୍ରାହ୍ମଣ ପିଲାଙ୍କର ରୀତି ନୀତି ଅନୁଯାୟୀ ବ୍ରତପୋୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଉପେନ୍ଦ୍ର କୁମାର ନନ୍ଦ, ନିଗମାନନ୍ଦ ପଣ୍ଡା, ସଞ୍ଜୟ ଶତପଥୀ, ଗଣେଶ ଚନ୍ଦ୍ର ଦାଶ, ରୁଦ୍ରପ୍ରତାପ ଶତପଥୀ, ମୀନକେତନ ମିଶ୍ର, ସାମନ୍ତ କୁମାର ଦାଶ, ସୁକାନ୍ତ ପଣ୍ଡା, ମହେଶ୍ବର ପଣ୍ଡା, ଅନିରୁଦ୍ଧ ପଣ୍ଡା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କଳିଙ୍ଗ ବୈଶ୍ୟ ସମୃଦ୍ଧି ମହିଳା ସଂଘ,କୋଏଲ ନଗର ମହିଳା ସମିତି, ପୁଷ୍ପାଞ୍ଜଳି କମିଟି ପ୍ରମୁଖ ସହଯୋଗ କରିଥିବାବେଳେ କୋଏଲ ନଗର ଯୋଗ ପରିବାର ତରଫରୁ ପଣା ବଣ୍ଟନ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ଦିରର ପ୍ରାକ୍ତନ ରାଜା ତଥା ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଦଇତାପତି ସେବାୟତ ନିଯୋଗ ର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

masiha

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ମଣ୍ଡେଇ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନାଟକ ଏକ ସନ୍ତାନ

masiha

Leave a Comment

error: Content is protected !!