ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡମଝର୍ ସରକାରୀ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ 

ଡମଝର୍ ସରକାରୀ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ 

ନୂଆପଡ଼ା… //  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସରକାରୀ ସେବାଶ୍ରମ ବିଦ୍ୟାଳୟ ଡମଝର ର ବାର୍ଷିକ ଉତ୍ସବ ୨୦୨୫ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଡମଝର ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ବସନ୍ତ ବାଗଚି ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଓ ସଭାପତିତ୍ୱରେ ମୁଖ୍ୟ ଅତୀଥିଭାବେ ଖଡିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ କୁମାର ଭୋଇ , ମୁଖ୍ୟ ବକ୍ତା ରୂପେ ବୋଡ଼େନ ମଙ୍ଗଳ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସଦାଶିବ ବେହେରା ,ସମିତି ସଭ୍ୟ ବିଜୟ ବେହେରା, ଧୋବେଇ ସେବାଶ୍ରମ ପ୍ରଧାନ ସେବକ ସୁଶିଲ କୁମାର ପତି, ସମାଜସେବୀ ଗିରିଧାରୀ ବେହେରା , ବୁଦ୍ଧିଜୀବୀ ରୁଦ୍ର ନାରାୟଣ ବେହେରା , ସମାଜସେବୀ ରାମ ବେହେରା , ଝାଙ୍କର ଉମାକାନ୍ତ ବେହେରା ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଇଧର ବେହେରା ପ୍ରମୁଖ ମଞ୍ଚାଷିନ ଥିଲେ । ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ , ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦେବ ପୂଜନ କରାଜାଇଥିବା ବେଳେ ସେବାଶ୍ରମ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଜିତେନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ସେବକ ବସନ୍ତ ବାଗଚୀ ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ ବିବରଣୀ ପଠନ ରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲରେ ରହି ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ବହୁ ଗୁରୁତ୍ୱ ଦିଆଯାଉଛି , ତାହାର ଉଦାହରଣ ଆମ ଏହି ବିଦ୍ୟାଳୟ ବୋଲି ମତ ରଖିଥିଲେ । ପୁଣି ଏଠାରେ ଏକ ବହୁବିଧ ଖାଦ୍ୟ ଗ୍ରହଣ ପ୍ରକୋଷ୍ଠ ,କର୍ମଚାରୀ ନିବାସ , ସି ସି ଟିଭି, ଡେସ୍କ ବେଞ୍ଚ , ଚିଲ୍ଡରେନ୍ ପାର୍କ , ସ୍ମାର୍ଟ ଟିଭି , କମ୍ପ୍ୟୁଟର ସହିତ ଏକ ଖେଳ ପଡିଆର ଆବଶ୍ୟକତା ରହିଛି ଯାହାଦ୍ଵାରା ବହୁ ଅସୁବିଧାର ସମ୍ମୁଖିନ ହେବା ସହ ଅଭାବ ପରିଲକ୍ଷିତ ହେଉନଥିବା ଆଜିକାର ବାର୍ଷିକ ଉତ୍ସବ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ତଥା ବିଭାଗୀୟ ଅଧିକାରୀଙ୍କୁ ନିବେଦନ ରଖିଥିଲେ । ମୁଖ୍ୟ ଅତିଥି ଖଡିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଅଞ୍ଚଳର ବିକାଶ ପାଇଁ ମୁଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଗତ ପାଞ୍ଚ ବର୍ଷ ଧରି କରିଆସୁଛି କରିବି, ବର୍ତ୍ତମାନ ମଣିଷ ତିଆରି କାରଖାନାର ବିକାଶ ନିର୍ମାଣ ପାଇଁ ମୁଁ ସଂକଳ୍ପ ବଦ୍ଧ ଏଣୁ ମଣିଷ ତିଆରି କାରଖାନା କୁ ପ୍ରାଧାନ୍ୟତା ଦେଇ ତାର ସମସ୍ୟା ଦୂର କରିବା ପାଇଁ ଡମଝର ସେବାଶ୍ରମକୁ ଏମ୍ ଏଲ ଏ ପାଣ୍ଠିରୁ ପ୍ରଥମ କିସ୍ତିରେ ପାଞ୍ଚଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ବାର୍ଷିକ ଉତ୍ସବ ରେ ମତ ରଖିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ୱ ଦେବାସହ ଉତ୍ସାହ କରିଥିଲେ । ସେହିପରି ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ କୁମାର ଭୋଇ ଓ ମୁଖ୍ୟ ବକ୍ତା ଭାବେ ବୋଡ଼େନ ମଙ୍ଗଳ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ମଞ୍ଚଶିନ ଥିବାବେଳେ ସମ୍ମାନିତ ଅତିଥି ଭାବରେ ସେବକ ରଜନୀକାନ୍ତ ଯୋଷୀ , ପ୍ରଧାନ ସେବକ ଚିକଳଚୁଆଁ ଧନିକର ଜଗତ, ପ୍ରଧାନ ସେବକ ବାଗଲୋର ବେଲାରସେନ୍ ନାଗ , ପ୍ରଧାନ ସେବକ ଟିମନପୂର୍ ମନୋଜ ହୋତା , ପ୍ରଧାନ ସେବକ କୁଲିଙ୍ଗାମାଳ ଶ୍ୟାମ ସୁନ୍ଦର ସୁନାନି, ବାରିଷ୍ଠ ସାମ୍ବାଦିକ ବିଶିକେଶନ ପଣ୍ଡା , ସ୍କୁଲ ପରିଚାଳନା କମିଟି ସଭାପତି ରାଇଧର ବେହେରା , ଉପ ସଭାପତି ରାସେଶ୍ୱରୀ ବେହେରା ପ୍ରମୁଖ ମଞ୍ଚାଷିନ ଥିଲେ ।ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । ଡମଝର ସେବାଶ୍ରମ ବିବ୍ୟାଳୟର ସେବିକା ସଂଯୁକ୍ତା ପଣ୍ଡା ସାତଦିନ ବ୍ୟାପି ଅକ୍ଲାନ୍ତ ପରିଶ୍ରମ କରି ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚସଜ୍ଜା, ବିଭିନ୍ନ ନୃତ୍ୟ, ଗୀତ ଓ ଏକାଙ୍କିକା ରେ ନିର୍ଦ୍ଦେଶନା ଓ ପ୍ରଯୋଜନା ଦେଇ ମୁଖ୍ୟ ଭୂମିକା ନିଭାଇଥିବାବେଳେ ମେଟ୍ରନ ଅନୁଷୟା ତାଣ୍ଡି, ରୂପା ହଂସ, ବାସୁଧା ଖମାରୀ, ହେମନ୍ତି ଧରୁଆ, ମଥୁରା ଭୋଇ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ଆୟୋଜନ ଓ ପ୍ରମାଣ ପତ୍ର ଲିଖନ ଓ ବଣ୍ଟନ ଦାଇତ୍ୱରେ ବିଦ୍ୟାଳୟର ସେବକ ବେଣୁପାଣୀ ଦଣ୍ଡସେନା , ଶୃଙ୍ଖଳା ସାଜସଜ୍ୱା ,ପାନୀୟ ଜଳ ଓ ଜୀବନ ସୁରକ୍ଷା ଦାୟିତ୍ବ ସେବକ ପରାଶର ବାଗ ,ଖାଦ୍ୟ ଓ ଜଳପାନ ଦାଇତ୍ୱ ସେବକ କିଶୋର ଧାରୁଆ ଓ ସେବକ ଜ୍ୟୋତି ଚରଣ ନାଗ ବେଳେ ଖାଦ୍ୟ ପରଷିବା , ପରିମଳ ତଥା ପରିଚ୍ଛନ୍ନତା ଦାୟିତ୍ୱ ପାଚିକା ରୁପାଦେଇ , ହେମନ୍ତ ଧାରୁଆ , ଅନୁଶୟା ତାଣ୍ଡି ,ସବିତା ବେହେରା ,ସତ୍ୟବତୀ ବେହେରା ,ଗୁରୁଜିମତି ବେହେରା ,ତଥା ସ୍କୁଲ କ୍ୟାବିନେଟ୍ ମନ୍ତ୍ରୀ ଓ ଉପମନ୍ତ୍ରୀ ସହୃଦୟ ସହିତ କାର୍ଯ୍ୟ ତୁଲାଇଥିଲେ ।କିଶୋର କୁମାର ଧରୁଆ , ବେଣୁପାଣି ଦଣ୍ଡସେନା ,ପରାଶର ବାଗ , ଜ୍ୟୋତୀଚରଣ ନାଗ ସର୍ବୋପରି ସବୁ ଦିଗରେ ନିଜ ନିଜକୁ ନିୟୋଜିତ ପୂର୍ବକ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଉଦଯାପନୀ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା, । ସେବକ ରଜନୀକାନ୍ତ ଯୋଷୀ ଉଦଯାପନୀ ଉତ୍ସବର ମଞ୍ଚ ପରିଚାଲନା କରିଥିବା ବେଳେ ଆଶ୍ରମର ପ୍ରଧାନ ସେବକ ବସନ୍ତ ବାଗଚୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

କିଶନ ଶର୍ମା , ଭବାନୀପାଟଣା

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

Sunil Chandra Nayak

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!