ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

ରୁପ୍ରା, ୯/୨ (ଅଜୟ ସେନାପତି) :  ନର୍ଲା ଅଞ୍ଚଳର ୧୩ ଖଣ୍ଡ ଗାଁର ସାମାଜିକ କର୍ମକର୍ତ୍ତା ମାନଙ୍କୁ  ନେଇ ଦୋରା ସମାଜ ଗଠନ କରାଯାଇଛି । ଦୋରା  ସମାଜର ବରିଷ୍ଠ ସଦସ୍ୟ  ଶ୍ରୀ ବୀରକିଶୋର ଦୋରା ସଭାପତି ରହି ଦାୟିତ୍ଵ ନିର୍ବାହ କରୁଥିଲେ, ତେବେ ଦୀର୍ଘ ୫ବର୍ଷ ପରେ କମିଟିର ସମସ୍ତ କର୍ମକର୍ତ୍ତା ସାମୁହିକ ଭାବରେ ଇସ୍ତଫା ଦେବାସହ ନୂତନ କମିଟି ଗଠନ କରାଯାଇଥିଲା। ଦୋରା ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଦଶରଥ ପାତ୍ର, କୋଷାଧ୍ୟକ୍ଷ  ଶ୍ରୀ ଥବିର ଦୋରା, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ଶ୍ରୀ ବିଶିକେଶନ ଆର୍ଯ୍ୟାଙ୍କ ଉପସ୍ଥିତିରେ ନୂତନ ବ୍ଲକ୍ କମିଟି ଗଠନ କରାଯାଇଥିଲା, ସଭାପତି ଭାବେ ସମାଜସେବୀ ଶ୍ରୀ ସୁଦର୍ଶନ ଦୋରା, ଉପ ସଭାପତି ଶ୍ରୀ ରାମରାଓ ଦୋରା, ସମ୍ପାଦକ ଶ୍ରୀ ମଧୁସୂଦନ ଦୋରା, ସହ ସମ୍ପାଦକ ଶ୍ରୀ ଗୋବିନ୍ଦ ପାତ୍ର , କୋଷାଧ୍ୟକ୍ଷ ଶ୍ରୀ ସରୋଜ ଦୋରା, ମଣ୍ଡଳ ନାୟକ ଶ୍ରୀ ଉପେନ୍ଦ୍ର ଦୋରା , ଦଳ ବେହେରା ଶ୍ରୀ ବୁଡୁ ଦୋରା , ସଂଯୋଜକ ଭାବେ ଶ୍ରୀ ଖଗେଶ୍ୱର ଦୋରାଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା ବୋଲି ନୂତନ ବ୍ଲକ୍ ସଭାପତି ଶ୍ରୀ ସୁଦର୍ଶନ ଦୋରା ପ୍ରକାଶ କରିଥିଲେ I ଶେଷରେ ନୂତନ ସଭାପତି ଶ୍ରୀ ଦୋରାଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। 

(ମନିସ)

Related posts

ଐତିହ୍ୟ ସମ୍ପନ୍ନ ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ 

Sunil Chandra Nayak

ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ

masiha

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

Leave a Comment

error: Content is protected !!