ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ତାଲିମ କେନ୍ଦ୍ର ଉଦଘାଟିତ 

ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ତାଲିମ କେନ୍ଦ୍ର ଉଦଘାଟିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ମେରଘରା ଛକ ନିକଟରେ ସୋମବାର ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ତାଲିମ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ତାଲିମ କେନ୍ଦ୍ରର ଉଦଘାଟନ କରିଥିଲେ। ଏଥିରେ ୧୮ ପ୍ରକାର ପାରମ୍ପରିକ କାରିଗର ଓ ଶିଳ୍ପୀମାନେ ଲାଭାନ୍ଵିତ ହେବେ।ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ। କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଶୀ ବକ୍ତବ୍ୟ ରେ କହିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ଯୋଜନା ରାଜ୍ୟ ଚିପ ଜେନେରାଲ ମେନେଜର ସନ୍ତୋଷ କୁମାର, ବିହିତ ଉମର, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ, ଗଡିଆଯୋର ସରପଞ୍ଚ ଉଦିତ ନାଏକ, ନର୍ସିଙ୍ଗ କଲେଜ ପରିଚାଳକ କମଳା କାନ୍ତ ବିହାରୀ, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର , ସନ୍ଧିକୁଳିହାରୀ ସରପଞ୍ଚ ଜଗତ ରାମ ବାଗ,ପ୍ରମୁଖ ମଞ୍ଚାସିନ ହୋଇଥିଲେ। ତାଲିମ କେନ୍ଦ୍ର ପରିଚାଳନା କମିଟି ର ଅଧ୍ୟକ୍ଷ ଅପରେଶ ସ୍ୱାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା 

Sunil Chandra Nayak

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

Sunil Chandra Nayak

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!