ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ

ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଭାଲୁଙ୍କା ର ଶ୍ରୀ ଶ୍ରୀ ଟିକି ବାବା ଙ୍କ ଆଶ୍ରମରେ ଆଜି ରାଜ୍ୟସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ ହୋଇଥିଲା !ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀ ସଙ୍ଘ ର କର୍ମକର୍ତା ଉପସ୍ଥିତ ରହିଥିଲେ !ଆଦିବାସି ନିଜର ଅଧିକାର ର ଦାବୀ ଲାଗି ଆଗାମି ଦିନରେ ମହାମେଳୀ ଅନୁଷ୍ଠିତ କରିବା ପାଇଁ ସମସ୍ତ ଜିଲ୍ଲାରୁ ସମସ୍ତ ସଭାପତି ବୃନ୍ଦ ଯୋଗଦେଇ ଥିଲେ ! ତେବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି ରୂପରେ ଯୋଗ ଦେଇଥିବା ବେଲେ ସହ ଅଦିଥି ପଶ୍ଚିମ ଓଡ଼ିଶା ର ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବାଳକୃଷ୍ଣ ଶବର ,ଗଂଜାମ ର ରାମ ଶବର, ନୂଆପଡ଼ା ର ଭାନୁ ପ୍ରତାପ ସିଂ ମାଝୀ,ବଲାଙ୍ଗିର ର ହେମନ୍ଦ୍ର ନାଗ ହାସଦା,ନାରୀ ନେତ୍ରୀ ସରୋଜିନୀ ମାଝୀ, କଟକ ର ସରତ ନାଏକ ,ଡେଙ୍କାନାଲ ର ରସାନ ଦେହୁରି ସମସ୍ତ ଜିଲ୍ଲାର ସଭାପତି ବୃନ୍ଦ ଯୋଗ ଦେଇ ଆଦିବାସୀ ପରମ୍ପରା ,ଶିକ୍ଷା, ସ୍ଵାସ୍ଥ୍ୟ ହକ ଅଧିକାର ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ! ଦାବୀ ଗୁଡ଼ିକ ମଧ୍ୟରେ ଆଦିବାସୀ ଜାତି ଗତ ପ୍ରମାଣ ହାତେଇ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରୁଥିବା କୁଲି ସଂପ୍ରଦାୟ କୁ ତୁରନ୍ତ ଚାକିରୀରୁ ବହିସ୍କାର ଓ ଜାତିଗତ ପ୍ରମାଣପତ୍ର ଦେବା ବନ୍ଦକରିବା ,ଜଙ୍ଗଲ ଜମିପଟ୍ଟା ଓ ଭୂମିହୀନ ମାନଙ୍କୁ ଘରଡିହ ପ୍ରଦାନ କରିବା, ନକଲି ଆଦିବାସୀ ହଟାଇବା, ରାସନ୍ କାର୍ଡ ପ୍ରଦାନ କରିବା, ସେବାଶ୍ରମ, କନ୍ୟାଶ୍ରମ, ଅନ୍ୱେଷା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଖାଲି ପଡିଥିବା ପଦବୀ ପୂରଣ କରିବା ଆହ୍ୱାନ ଦେଇଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନବନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତୀ 

Sunil Chandra Nayak

୧- ନିହଲପ୍ରସାଦ ଥାନା ଅଧୀନ ବେଲମାଳିଆ ଗ୍ରାମ ନିକଟରେ ସୋଲାର/ବିଦ୍ୟୁତ୍ ତାର (Fencing) ସଂସ୍ପର୍ଶରେ ଆସି ଏକ ନିରୀହ ମା’ ହାତୀର ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା! , ୨-ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ, ୩- ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ATM ଶାଖା ରୋଡ ସାଇଡ ରୁ ଏକ ଫିଲ୍ପକlର୍ଟ ATM କାର୍ଡ ହସ୍ତଗତ

Sunil Chandra Nayak

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!