ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ

ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଭାଲୁଙ୍କା ର ଶ୍ରୀ ଶ୍ରୀ ଟିକି ବାବା ଙ୍କ ଆଶ୍ରମରେ ଆଜି ରାଜ୍ୟସ୍ତରୀୟ ଆଦିବାସୀ କଲ୍ୟାଣ ସଙ୍ଘ ର ବାର୍ଷିକ ବୈଠକ ହୋଇଥିଲା !ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀ ସଙ୍ଘ ର କର୍ମକର୍ତା ଉପସ୍ଥିତ ରହିଥିଲେ !ଆଦିବାସି ନିଜର ଅଧିକାର ର ଦାବୀ ଲାଗି ଆଗାମି ଦିନରେ ମହାମେଳୀ ଅନୁଷ୍ଠିତ କରିବା ପାଇଁ ସମସ୍ତ ଜିଲ୍ଲାରୁ ସମସ୍ତ ସଭାପତି ବୃନ୍ଦ ଯୋଗଦେଇ ଥିଲେ ! ତେବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି ରୂପରେ ଯୋଗ ଦେଇଥିବା ବେଲେ ସହ ଅଦିଥି ପଶ୍ଚିମ ଓଡ଼ିଶା ର ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବାଳକୃଷ୍ଣ ଶବର ,ଗଂଜାମ ର ରାମ ଶବର, ନୂଆପଡ଼ା ର ଭାନୁ ପ୍ରତାପ ସିଂ ମାଝୀ,ବଲାଙ୍ଗିର ର ହେମନ୍ଦ୍ର ନାଗ ହାସଦା,ନାରୀ ନେତ୍ରୀ ସରୋଜିନୀ ମାଝୀ, କଟକ ର ସରତ ନାଏକ ,ଡେଙ୍କାନାଲ ର ରସାନ ଦେହୁରି ସମସ୍ତ ଜିଲ୍ଲାର ସଭାପତି ବୃନ୍ଦ ଯୋଗ ଦେଇ ଆଦିବାସୀ ପରମ୍ପରା ,ଶିକ୍ଷା, ସ୍ଵାସ୍ଥ୍ୟ ହକ ଅଧିକାର ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ! ଦାବୀ ଗୁଡ଼ିକ ମଧ୍ୟରେ ଆଦିବାସୀ ଜାତି ଗତ ପ୍ରମାଣ ହାତେଇ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରୁଥିବା କୁଲି ସଂପ୍ରଦାୟ କୁ ତୁରନ୍ତ ଚାକିରୀରୁ ବହିସ୍କାର ଓ ଜାତିଗତ ପ୍ରମାଣପତ୍ର ଦେବା ବନ୍ଦକରିବା ,ଜଙ୍ଗଲ ଜମିପଟ୍ଟା ଓ ଭୂମିହୀନ ମାନଙ୍କୁ ଘରଡିହ ପ୍ରଦାନ କରିବା, ନକଲି ଆଦିବାସୀ ହଟାଇବା, ରାସନ୍ କାର୍ଡ ପ୍ରଦାନ କରିବା, ସେବାଶ୍ରମ, କନ୍ୟାଶ୍ରମ, ଅନ୍ୱେଷା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଖାଲି ପଡିଥିବା ପଦବୀ ପୂରଣ କରିବା ଆହ୍ୱାନ ଦେଇଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

ବାଲୁକା କଳାରେ “ଷ୍ଟପ ଟେରୋରିଜିମ” (Stop Terrorism)

masiha

ବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା ମଞ୍ଚ ଗଠିତ

Sunil Chandra Nayak

Leave a Comment

error: Content is protected !!