ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୃହକର୍ତ୍ତା ଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ,ଜଣେ ଫେରାର

ଗୃହକର୍ତ୍ତା ଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ,ଜଣେ ଫେରାର

ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟ କଲେ ଏସଡ଼ିପିଓ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଂଚାୟତ ମୁନୁଗାପଦର ଗ୍ରାମ ରେ ଗତ ୭ ତାରିଖ ଶୁକ୍ରବାର ରାତିରେ ମଦ୍ୟପ ସ୍ୱାମୀ ର ଅତ୍ୟାଚାର ରେ ଅତିଷ୍ଠ ହୋଇ ଗୃହକର୍ତ୍ତା ଯଦୁ ଦଳପତି (୫୦) ଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି ଦୁଇପୁଅ ଧନେଶ୍ୱର ଦଳପତି (୩୦)ଫକୀର ଦଳପତି (୨୦),ଜ୍ୱାଇଁ କ୍ଷୀରସିନ୍ଧୁ ନାଗ(୩୭) ମିଶି ହତ୍ୟା କରିବା ସହ ଘର ବାଡ଼ି ରେ ମାଟି ଖୋଳି ପୋତି ଦେଇଥିଲେ। ଏହି ଘଟଣା ରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟ ନାଗ ପୁଲିସ ନିକଟରେ ଖବର ଦେବା ପରେ ଆମପାଣି ପୁଲିସ ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସଦଲବଳ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଘଟଣା ର ବିଭିନ୍ନ ଦିଗ କୁ ଦେଖି ମୃତକ ଙ୍କ ସ୍ତ୍ରୀ, ସାନ ପୁଅ ଓ ଜ୍ୱାଇଁ କୁ ଗିରଫ କରି ଥାନା ରେ ଆଣି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ଘଟଣା ପରେ ମୃତକ ର ବଡ଼ପୁଅ ଫେରାର ଥିବା ଘଟଣା କୁ ନେଇ ଘଟଣା ସନ୍ଦେହ ଘେରକୁ ଆସିଥିଲା। ଶନିବାର ସନ୍ଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ ବେହେରା ଙ୍କ ତଦନ୍ତ ରେ ସାଇଣ୍ଟିଫିକ ଦଳ ଶବ ପୋତା ହୋଇଥିବା ସ୍ଥାନ କୁ ଖୋଲାଯାଇ ଶବ କୁ ବାହାର କରି ଘଟଣାସ୍ଥଳରେ ଶବ ର ପଞ୍ଚନାମା ପରେ ଉପସ୍ଥିତ ଡାକ୍ତର ବ୍ୟବଚ୍ଛେଦ କରିଥିଲେ। ଆଜି ଏହି ଘଟଣା ରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ହତ୍ୟା ର ପ୍ରଚ୍ଛଦପଟ ଭୂମିକା ସଂପର୍କରେ ସୂଚନା ଦେଇଛନ୍ତି ଧର୍ମଗଡ଼ ଏସଡିପିଓ ମନୋଜ କୁମାର ବେହେରା। ସୂଚନା ଅନୁଯାୟୀ ,ଯଦୁ ଦଳପତି ଜଣେ ଅଭ୍ୟାସଗତ ନିଶାଖୋର ବ୍ୟକ୍ତି ଥିଲେ, ପ୍ରତିଦିନ ମଦ ପିଇ ସ୍ତ୍ରୀ କୁ ମାଡ଼ ମାରିବା ଓ ଗଣ୍ଡଗୋଳ କରିବା ନିତିଦିନିଆ ଅଭ୍ୟାସ ରେ ପରିଣତ ହୋଇଥିଲା। ଘଟଣା ଦିନ ମଧ୍ୟ ମଦ ପିଇ ସ୍ତ୍ରୀ ରୁକ୍ମଣୀ କୁ ଗାଳିଗୁଲଜ ଓ ମାଡ଼ ମାରିବା ଦେଖି ଦୁଇପୁଅ ବାପା କୁ ଏକ ରାଶି ରେ ଗୋଡ଼ ଓ ବେକ କୁ ବାନ୍ଧି ମାଡି ବସିବା ସହ ଏକ କାଠ ଠେଙ୍ଗା ରେ ମୁଣ୍ଡ ରେ ପ୍ରହାର କରିବାରୁ ଘଟଣାସ୍ଥଳରେ ଯଦୁ ର ମୃତ୍ୟୁ ହୋଇଥିଲା ।ପରେ ଦୁଇପୁଅ ଧୋବେନ ଚଞ୍ଚରା ରେ ରହୁଥିବା ନିଜ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ କୁ ଡକାଇ ପ୍ରମାଣ ନଷ୍ଟ କରିବାକୁ ନିଜ ବାଡ଼ି ପଟେ ଗାତ ଖୋଳି ମୃତ ଯଦୁ ର ଶବ କୁ ପୋତି ଦେଇଥିଲେ। ତେବେ ସେହି ରାତିରେ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ହୋଇ ଯାଇଥିଲା।ଏହି ଘଟଣା ରେ ଆଜି ୩ ଅଭିଯୁକ୍ତ ଙ୍କୁ ହତ୍ୟା ଘଟଣା ରେ ଆମପାଣି ଥାନା ପକ୍ଷରୁ ଥାନା କେଶ ନମ୍ବର ୮/୨୫ ରେ ମାମଲା ରୁଜୁ କରି ହତ୍ୟାକାରୀ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ

ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଦୁଇ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା

Sunil Chandra Nayak

ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି

Leave a Comment

error: Content is protected !!