ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲିଗୁଡା ଠାରେ କାଳୀକୃଷ୍ଣ ସତ୍ୟାନନ୍ଦେଶ୍ବର ମନ୍ଦିରର ରତ୍ନମୁଦ ଅନୁଷ୍ଠିତ 

ଚିଲିଗୁଡା ଠାରେ କାଳୀକୃଷ୍ଣ ସତ୍ୟାନନ୍ଦେଶ୍ବର ମନ୍ଦିରର ରତ୍ନମୁଦ ଅନୁଷ୍ଠିତ 

      କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡା ଓ ଗଡରାମାଲ ମଧ୍ୟ ରାସ୍ତା ପାର୍ଶ୍ବରେ ଅବସ୍ଥିତ ସତ୍ୟାନନ୍ଦ ଆଶ୍ରମ ଠାରେ କାଳୀକୃଷ୍ଣ ସତ୍ୟାନନ୍ଦେଶ୍ବର ମନ୍ଦିରର ରତ୍ନମୁଦ ଅନୁଷ୍ଠିତ ହୋଇଯାଇଛି। ରତ୍ନମୁଦ କାର୍ଯ୍ୟକ୍ରମରେ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ଉପସ୍ଥିତ ରହି ରତ୍ନମୁଦ ପକାଇବା ସହ ଉପସ୍ଥିତ ଜନସାଧାରଣଙ୍କୁ ଆଧ୍ୟାତ୍ମିକ ସାରଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ। କାଳୀକୃଷ୍ଣ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀଙ୍କ ତତ୍ତ୍ବାବଧାବନରେ ପ୍ରଜାପତି ସୁଦାମ ବେହେରା, ଆଚାର୍ଯ୍ୟ ଶ୍ରୀ ସୁରେଶ ପଣ୍ଡା, ଶ୍ରୀ ଗଣେଷ ଅଗସ୍ତି,ଶ୍ରୀ ହରେକୃଷ୍ଣ ପଣ୍ଡାଙ୍କ ମାଧ୍ୟମରେ ସମସ୍ତ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରତ୍ନମୁଦ କାର୍ଯ୍ୟକ୍ରମର କର୍ତ୍ତା ଭାବରେ ଶ୍ରୀ ଦେବରାଜ ପଣ୍ଡା ଓ ଶ୍ରୀମତୀ ସୁପ୍ରଭା ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ ଓ ଶ୍ରୀ ଶ୍ରୀକାନ୍ତ ମହାରଣା ମନ୍ଦିରର ନିର୍ମାଣରେ ସହଯୋଗ କରିଥିଲେ।

କାଳୀକୃଷ୍ଣ ସଂଘର କର୍ମକର୍ତ୍ତା, ବିଭିନ୍ନ ଶାଖା ସଂଘର ଶିଷ୍ୟ ଶିକ୍ଷ୍ୟା, ଜିଲ୍ଲା ତଥା ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଚିଲିଗୁଡା ଶାଖା ସଂଘ ତଥା ଗ୍ରାମର ଜନସାଧାରଣ ସହଯୋଗ କରିଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ଯାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

masiha

କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ 

Sunil Chandra Nayak

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Sunil Chandra Nayak

Leave a Comment

error: Content is protected !!