ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ସ୍ବର୍ଗ ମାଉଳୀଙ୍କ ଡଙ୍ଗର ଯାତ୍ରା, ପାହାଡ଼ ଚଢି ପୂଜାର୍ଚ୍ଚନା କଲେ ଗ୍ରାମବାସୀ

କୋକସରା,୨୨/୮ // କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଜନଜାତିଙ୍କ ମଧ୍ୟରେ ରହିଛି ବିଭିନ୍ନ ପରମ୍ପରା। ତନ୍ମଧ୍ୟରୁ କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗ୍ରାମରେ ଚାଷୀ କୁଳଙ୍କ ଚାଷ କାର୍ଯ୍ୟ ବର୍ଷା ନହେବା କାରଣରୁ ବିଳମ୍ବ ହୋଇଥିବା ବେଳେ ଲାଘବ କରିବା ପାଇଁ ଦେବାଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ଏହି ଅଞ୍ଚଳରେ ମରୁଡି ସ୍ଥିତି ଦେଖାଦେଇଛି। ବର୍ଷାର ଆଗମନ ପାଇଁ ଡଙ୍ଗର ଉପରେ ବିରାଜିତ ମା’ ସ୍ୱର୍ଗ ମାଉଳୀଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରି ଚାଷୀଙ୍କ ମଙ୍ଗଳ କାମନା କରିଛନ୍ତି ଏହି ଅଞ୍ଚଳର ୧୨ ପାଳିର ଗ୍ରାମବାସୀ। ୧୨ ପାଳି କହିଲେ ମହିମା, ଟେମରା, ମାଲପଡା, ଭୁର୍ଷାଗୁଡା, ଘଣ୍ଟିଗୁଡା, ଡ଼େଙ୍ଗାଗୁଡ଼ା, ବୋବରିଆ, କର୍ଲାଗୁଡା, ଡୁଡୁକାଠେଙ୍ଗା, ଖଲିଗଡ଼, ମୁଗନାପଦର ଓ କୁଟ୍ରୁ । ଆଷାଢ଼ ଯାଇ ଶ୍ରାବଣ ସରିବାକୁ ବସିଛି ହେଲେ ବର୍ତ୍ତମାନ ସୁଦ୍ଧା ଚାଷୀମାନେ ଧାନ ରୁଆ ବେଉଷଣ କରି ନାହାନ୍ତି। ବର୍ଷାର ଆବାହନ ପାଇଁ ମଙ୍ଗଳବାର ସକାଳୁ ଗାଁ ରୁ ଗ୍ରାମର ମୁଖ୍ୟ ପୁଝାରୀ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଗାଁ ର ମୁଖ୍ୟ ଦେବୀ ମା’ ଦଣ୍ଡପଟିଆଣି, ମା’ ବାରଦାୟିନୀ, ମା’ ସ୍ବର୍ଗମାଉଲି, ମା’ ବସ୍ତରେନ ମାଉଲି, ମା’ ସର୍ବମଙ୍ଗଳା, ମା’ ଠାକୁରାଣୀ, ମାଟି ଦେବତା, ଭୁଞ୍ଜିଆ ବୁଡ଼ା, ବୁଢାରଜା, ବାର ଭାଇ ଭୀମାଙ୍କୁ ସୁମରଣା କରିଥିଲେ। ଦେବାଦେବୀଙ୍କ ପୁଜକ ଚିତ୍ରସେନ ମାଝୀ ଟେମରା, ମୁଖ୍ୟ ଶିରା ତୁମ୍ଭେଶ୍ୱର ପୁଝାରୀ ମହିମା, ଗୌନ୍ତିଆ ସୁରେଶ ଚନ୍ଦ୍ର ପାତ୍ର ଟେମରା, ଗଣ୍ଡା ମକରନ୍ଦ ନାଏକ, ନରିଆ ଗୁଣଧର ଧଙ୍ଗଡ଼ା ମାଝୀ, ସଭାପତି ଚକାଡୋଳା ପାତ୍ର ଟେମରା, ସମ୍ପାଦକ ନୀଲାମ୍ବର ନାଏକ, ଭଦ୍ରେଶ୍ୱର ପାତ୍ର, ସମିତି ସଭ୍ୟ ଘନଶ୍ୟାମ ନାଏକ, ସୁଧିର ପାତ୍ର, ଗିରିଧାରୀ ଧଙ୍ଗଡାମାଝୀ, ଦୁଖିଶ୍ୟାମ ମାଝୀ, ରସିକ ମାଝୀ, ଶୁକଚନ ପୁଝାରୀ, ହୁକମି ପୁଝାରୀ, ଧନେଶ୍ୱର ପୁଝାରୀ ସମେତ ମହିମା ଓ ୧୨ ପାଳିରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଡଙ୍ଗରରୁ ପୂଜାର୍ଚ୍ଚନା କରି ଫେରିବା ବାଟରେ ଦେବାଦେବୀଙ୍କ ଆଶିଷରୁ ଆଜି ଅପରାହ୍ନରେ ଭଲ ବର୍ଷା ମଧ୍ୟ ହୋଇଛି। ଯାହାକୁ ନେଇ ଦେବାଦେବୀଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସ ଆହୁରି ବଢିଥିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କହିଛନ୍ତି।

ମସିହା ନିୟୁକ୍ ସର୍ଭିସ୍ 

Related posts

ଶ୍ରୀରାମ ନାମରେ ଗୁଞ୍ଜରିତ ହେଲା ମଧୁ ମାଧବ ତୀର୍ଥ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

Sunil Chandra Nayak

ବଳରାମଙ୍କ ଚନ୍ଦନ ଲାଗି ବେଶ ଚାଲୁରହିଛି 

Sunil Chandra Nayak

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର       

masiha

Leave a Comment

error: Content is protected !!