ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ 

ବାଲିଗୁଡା, 25/04/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ ଧରି ଆୟୋଜନ ହୋଇ ଆସନ୍ତା ମେ ୧୩ ତାରିଖ ଦିନ ଉଦଯାପିତ ହୋଇ ମା’ ନିଜ ମନ୍ଦିରକୁ ପ୍ରତ୍ୟାର୍ବତନ କରିବେ । ଏହିଯାତ୍ରାକୁ ମା’ ପାଟଖଣ୍ଡା ଦୁର୍ଗା ପୁଜା ସମିତି ଆନୁକୁଲ୍ୟରେ ଆୟୋଜନ କରାଯାଇଛି । ଅସ୍ଥାୟୀ ପୀଠ ସ୍ଥାନୀୟ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ କରାଯାଇଛି । ସମସ୍ତ ନୀତିକାନ୍ତି ସହ ଅଙ୍କୁର ରୋପଣ କରିବା ପରେ ଅସ୍ଥାୟୀ ପୀଠକୁ ପ୍ରତିଷ୍ଠା କରି ପଞ୍ଚଦେବୀଙ୍କ ସହ ସମସ୍ତ ଦେବାଦେବୀଙ୍କୁ ବରୁଣ କରାଯାଇ ଆବାହାନ କରାଯାଇ ଥିଲା । ଏଥିରେ ଦେଶୀବେହେରା ଭାବେ ଏ.ଶ୍ରୀନିବାସ ଦୋରାଙ୍କ ଘରେ ପୁଜାର୍ଚ୍ଚନା କରିବା ପରେ ଏକ ବିରାଟ ପଟୁଆର ରେ ଦେଶିବେହେରା ଙ୍କ ପରିବାର ସମେତ ପୁଜକ ମାନେ ଅସ୍ଥାୟୀ ପୀଠକୁ ଗମନ କରିଥିଲେ । ସେଠାରେ ପୁଣି ପୁଜାର୍ଚ୍ଚନା କରାଯାଇଥିଲା । ଅସ୍ଥାୟୀ ପୀଠ ରୁ ମା’ ପାଟଖଣ୍ଡା ଠାକୁରାଣୀଙ୍କୁ ଠାକୁରାଣୀ ଯାତ୍ରା ନିମନ୍ତେ ବରୁଣ କରିବା ପାଇଁ ମହାପଟୁଆର ଓ ଆଡମ୍ବର ସହକାରେ ମା’ ପାଟଖଣ୍ଡା ମନ୍ଦିରକୁ ସନ୍ଧ୍ୟା ପରେ ଯାଇଥିଲେ । ପ୍ରତିଦିନ ଶୋଭାଯାତ୍ରାରେ ବହୁଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଏହି ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି ।ଏହି ପଟୁଆରରେ ପୁରୀର ପ୍ରସିଦ୍ଧ ସାଇଜାତ,ବାଘଘୋଡା ନାଚ, ଆତସବାଜି ସହ ଅନେକ ପଟୁଆର ସାମିଲ ଥିଲେ । ମା’ ପାଟଖଣ୍ଡା ମନ୍ଦିର ରେ ପହଁଚିବା ପରେ ମା’ପାଟଖଣ୍ଡାଙ୍କ ପାଖରେ ପୁଜାର୍ଚ୍ଚନା କରି ଆଜ୍ଞାମାଳ ଆସିବା ପରେ ପୁଣି ପଟୁଆରରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ତୃତୀୟ ଦିନରେ ମା ‘ଙ୍କ ପ୍ରଥମ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆର ରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ ଛକ, ବନ୍ଧସାହି ଛକ ଓ ସାଇ ମନ୍ଦିର ଛକ ଦେଇ ସୁନାପାଙ୍ଗାରେ ପ୍ରବେଶ କରିଥିଲେ l ସେଠାରେ ଅଞ୍ଚଳର ମହାବୀର ସାଧକ ସୁରେଶ କୁମାର ପତିଙ୍କ ତତ୍ୱାବଧାନରେ ସମଗ୍ର ସାହି ପରିକ୍ରମା କରିବା ପରେ ସୁନାପାଙ୍ଗା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ପୂଜନ ସ୍ଥଳରେ ପହଞ୍ଚି ସେଠାରେ ଯଥାରିତି ସହକାରେ ପୂଜାର୍ଚନା କରାଯାଇଥିଲା ଏଥିରେ ସାହିର ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚନା କରିଥିଲେ l ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ୨୬ ତାରିଖ ଚତୁର୍ଥ ଦିନ ଅର୍ଥାତ ନଗର ପରିକ୍ରମା ର ଦ୍ୱିତୀୟ ଦିନ ଇଲେକ୍ଟ୍ରି ସାହିକୁ ଯିବାର ଥିବା ବେଳେ ୨୭ ତାରିଖ ମା’ଙ୍କର ବିଶ୍ରାମର ଦିନ ରହିଛି l ୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୁର୍ଣ୍ଣଚନ୍ଦ୍ର ଶତପଥୀ ଙ୍କ ସମେତ ଅନ୍ୟ ପୂଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସହ ସମ୍ପାଦକ ସୁଜିତ କୁମାର ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଏ.ଶ୍ରୀନିବାସ ଦୋରା, ମଦନ ମୋହନ ପାଢୀ, ଡଃ ଶୁଶାନ୍ତ କୁମାର ଦାସ, ପବିତ୍ର ମହନ ପାଢିଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

Sunil Chandra Nayak

ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ଠାରେ ଗର୍ଭ ସଂସ୍କାର ସମାପନ

masiha

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

Sunil Chandra Nayak

Leave a Comment

error: Content is protected !!