ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରୁପ୍ରା, ୨୫/୪ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ କଳାହାଣ୍ଡି ଡ. ବିଶ୍ୱଜିତ ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ତହସିଲଦାର ନର୍ଲା ଶ୍ରୀଯୁକ୍ତ ଶଙ୍କର ବାଗ ଓ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା ଅକ୍ଷୟ କୁମାର ଗୋଛାୟତ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ ଭଗବାନଙ୍କ ଫଟୋରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ଡି. ସି. ନନ୍ଦ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ଅଧ୍ୟକ୍ଷ ଶ୍ରୀ ଦ୍ୱିବେଦୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ଉମାଦେବୀ ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମାନସ କୁମାର ସେନାପତିଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ 

masiha

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

masiha

ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!