ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ BLA-2 ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼! ମୋଟ ବୁଥ୍ର ୮୦%ରୁ ଅଧିକ କଭର କରି ୨୦୦ରୁ ଊର୍ଦ୍ଧ୍ୱ BLA-2ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ନବନିଯୁକ୍ତ BLA-2 ମାନଙ୍କୁ ନେଇ ପବିତ୍ର ମା’ ମହୁରୀ କାଳୁଆ ପୀଠରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୋଟ ୯୦ ଜଣଙ୍କ ମଧ୍ୟରୁ ୮୫ ଜଣ BLA-2 ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥ, ଗଞ୍ଜାମ ଜିଲ୍ଲା ସ୍ତରୀୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ଭୋଟର ତାଲିକା ସୁରକ୍ଷାରେ BLA-2ଙ୍କ ଐତିହାସିକ ସଫଳତା:
ତଥ୍ୟଭିତ୍ତିକ ଉପସ୍ଥାପନା ଅନୁଯାୟୀ, ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଭୋଟର ତାଲିକାରୁ ନାମ କଟିବା ସଂଖ୍ୟା ଅପେକ୍ଷାକୃତ ବହୁତ କମ୍ ରହିଛି। ଶ୍ରୀ ସାକା ସୁଜିତ କୁମାରଙ୍କ ନେତୃତ୍ୱରେ ନିଯୁକ୍ତ ହୋଇଥିବା BLA -୨ ମାନଙ୍କ ପାରଦର୍ଶିତା, ସତର୍କତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇପାରିଛି, ଯାହା ଆଗାମୀ ଦିନରେ ଦଳର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ।
ଏହି ଅବସରରେ BLA-1 ତଥା ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ସାକା ସୁଜିତ କୁମାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଜୟ ରଣନୀତି ଓ ସଫଳତାର ସୂତ୍ର ବୁଝାଇବା ସହ ସମସ୍ତ BLA-2ଙ୍କୁ ଉତ୍ତରୀୟ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ପରିଶେଷରେ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହ ମା’ଙ୍କ ଆଶୀର୍ବାଦରୁ ତୃଣମୂଳ ସ୍ତରରେ ଦଳକୁ ବିଜୟୀ କରାଇବା ପାଇଁ ସଂକଳ୍ପ ନିଆଯାଇ ସଭା ସମାପ୍ତ ହୋଇଥିଲା।

