ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

ରାଉରକେଲା : ସେକ୍ଟର ୧୭ ମଧୁସୂଦନ ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ କୈବର୍ତ୍ତର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ଏକ ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସମାଜର ସାଧାରଣ ସମ୍ପାଦକ ଭ୍ରମରବର ବେହେରା ଆଗାମୀ ଚୈତ୍ର ଉତ୍ସବ ତଥା ତଥା ରୌପ୍ୟଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମାଜର ପୂର୍ବତନ ସଭାପତି ତଥା ଉପଦେଷ୍ଟା ଅର୍ଜୁନ ଚରଣ ସାହୁ ଦିନବେଳା ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ । କାର୍ଯ୍ୟକାରୀ ସଭାପତି ନଟବର ବେହେରା ରାଜ୍ୟର ବିଶିଷ୍ଟ ବ୍ୟକ୍ତି ସମେତ ପ୍ରତି ଜିଲ୍ଲାରେ କୈବର୍ତ୍ତ ସମାଜରୁ ପ୍ରତିନିଧି କରୁଥିବା ବ୍ୟକ୍ତି ଙ୍କୁ ଉକ୍ତ ସମ୍ମିଳନୀ ରେ ଯୋଗଦେବାକୁ ଆମନ୍ତ୍ରଣ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଉପସଭାପତି ଗୋପବନ୍ଧୁ ତରାଇ ନିଜ ବକ୍ତ୍ୟବ ରେ କହିଲେ ଯେ ରାଉରକେଲା ତଥା ଏହାର ଆଖପାଖ ଅଂଚଳ ରେ ବାସ କରୁଥିବା କୈବର୍ତ୍ତ ପରିବାରକୁ ଡାକିବା ଉଚିତ । ସଂଗଠନ ସମ୍ପାଦକ ହରେକୃଷ୍ଣ ବେହେରା ନିଜ ଭାଷଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମାଜର ପରମ୍ପରା ନାଚ ଘୋଡା ନାଚ ରଖାଯାଉ ବୋଲି ମତ ରଖିଥିଲେ । ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ନାଥ ବେହେରା କୋର କମିଟି କରି ଦାୟିତ୍ୱ ବଣ୍ଟନ କରାଯାଉ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଅର୍ଜୁନ ଚରଣ ବେହେରା ଓ ବିଜୟ ବେହେରା ବକ୍ତବ୍ୟ ରଖିଥିଲେ। ସର୍ବସମ୍ମତି କ୍ରମେ ସମସ୍ତ ପ୍ରସ୍ତାବ ପାରିତ କରାଯାଇଥିଲା ଓ ଆସନ୍ତା ଏପ୍ରିଲ ମାସ ୧୩ ତାରିଖ ରବିବାର ଦିବା ୧୦ଘଟିକା ସମୟରେ ଭଞ୍ଜଭବନ ଠାରେ ପାଳନ କରିବାକୁ ସ୍ଥିର କରାଯାଇଥିଲା। ଶେଷରେ କାର୍ଯ୍ୟାଳୟ ସମ୍ପାଦକ ପବିତ୍ର ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

masiha

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

ବିଧାୟକଙ୍କ ଦ୍ୱାରା ଆଜି ୩ଟି ସ୍ଥାନରେ ରାସ୍ତା କାମର ଶିଳାନ୍ୟାସର ସୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!