ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରପଦର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ 

ଖଇରପଦର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ 

 ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଖଇରପଦର କ୍ଲଷ୍ଟର୍ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ମିଥୁନ କୁମାର ଦୁର୍ଗା ଙ୍କ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭ ଲକ୍ଷ୍ମୀ ନାୟକ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗ ର ଅଧ୍ୟକ୍ଷ ଗୋପୀନାଥ ମହାନନ୍ଦ, ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ପଙ୍କଜିନି ମାଝୀ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା,ବି ଆର୍ ସି ସି ଅରୁପାନନ୍ଦ ଭୋଇ, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ୍ ବେହେରା, ଖଇରପଦର ସରପଞ୍ଚ ସଂଯୁକ୍ତା ବାଗ, ବସୁଲ ସରପଞ୍ଚ ମୁକୁନ୍ଦ ଶବର, ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋତିଲାଲ ପାତ୍ର, ସମିତି ସଭ୍ୟ ପ୍ରସନ୍ନ ନାଏକ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ପେଡାଗୋଜି କୋଡ଼ିନେଟର ଶ୍ରଦ୍ଧାଞ୍ଜଳି ଦାସ,ସମାଜସେବୀ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇ ଜାତୀୟ ଶିକ୍ଷା ନୀତି ଆଧାରରେ ନିପୁଣ ଓଡିଶା ମିଶନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ତରରେ ସୁନିଶ୍ଚିତ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ।ବିଦ୍ୟାଳୟ ରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର କୌଶଳ କୁ ସୁନିଶ୍ଚିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଅପରିହାର୍ଯ୍ୟ ଯେପରିକି ୨୦୨୬-୨୭ ସୁଦ୍ଧା ଛାତ୍ର ଛାତ୍ରୀ ମାନେ ଯେପରି ତାଙ୍କର ଶ୍ରେଣୀ ଭିତ୍ତିକ ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।ଏଥିରେ ଖଇରପଦର କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ରୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ପିଆରଆଇ ସଦସ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଗୋଡ଼ଭଞ୍ଜା ସିଆରସିସି ରାଜକୁମାରୀ ନାଏକ ପରିଚାଳନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସଚେତନତା ସଭା ଅନୁଷ୍ଠିତ 

Sunil Chandra Nayak

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶିଵନାଥ ମୁର୍ମୁ ଆରପାରିରେ

masiha

Leave a Comment

error: Content is protected !!