ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗ ଦଳ ସମାବେଶ 

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗ ଦଳ ସମାବେଶ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗଦଳ ପ୍ରଖଣ୍ତ ସଂଯୋଗ ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବଜରଙ୍ଗଦଳ ପକ୍ଷରୁ ସମାବେଶ ସୋମବାର ହୋଇଥିଲା ଏବଂ ହିନ୍ଦୁଧର୍ମ ପ୍ରତି ହେଉଥିବା ବିଭିନ୍ନ ପ୍ରକାର କୁଷ୍ଠାରଘାତ ଓ କିଛି ଅସାମାଜିକ ଯୁବକଙ୍କ ଅଶୋଭନୀୟ ମନ୍ତବ୍ୟ ପ୍ରତି ହିନ୍ଦୁ ଦେବଦେବୀ ମାନଙ୍କୁ ଦେଉଥିବା ରୁ ଆଗାମୀ ଦିନରେ ବଜରଙ୍ଗଦଳ ପ୍ରତିବାଦ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମାବେଶରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମତପ୍ରକାଶ କରିଥିଲେ। ଆୟୋଜିତ ସମାବେଶ କାର୍ଯ୍ୟକ୍ରମରେ ସୁଶାନ୍ତ ମଲ୍ଲିକ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନୂତନ ନିର୍ବାଚିତ ହୋଇଥିବା ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ସମ୍ମାନିତ ଅତିଥି ଯୋରାଡବରା ମଣ୍ତଳ ସଭାପତି ଯୋତିଦ୍ର ସାହୁ, କର୍ଲାମୁଣ୍ଡା (କ) ଜୋନ ମଣ୍ତଳ ସଭାପତି ଡୋଳାମଣି ଭୋଇ, ପୂର୍ବତନ ମଣ୍ତଳ ସଭାପତି ସଂଜୟ ଜୈନ, ଚାଷୀ ନେତା ଦୟାନିଧି ସାହୁ, ଅତିଥି ଭାବେ ଯୋଗଦେଇ ହିନ୍ଦୁ ସଂସ୍କୃତି ପରମ୍ପରା କୁ ଆଗେଇ ନେବା ପାଇଁ ବକ୍ତବ୍ୟ ଦେଇଥିଲେ। ପରିଶେଷରେ ସମାଜ ସେବୀ ସରୋଜ ସାହୁ ଙ୍କୁ ବଜରଙ୍ଗଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା ଏଥିରେ ଜ୍ୟୋତିରଞ୍ଜନ ପଧାନ, ହିମାଂଶୁ ରଣା, ମହେନ୍ଦ୍ର ପ୍ରଧାନୀ, ଚୁନୁ ପଟ୍ଟନାୟକ, ଗୁଣନିଧି ସାହୁ ସୀତାରାମ ରଣା, ରଂଜନ ରଣା ପ୍ରମୁଖ ସହଯୋଗ କରିଥିବା ବେଳେ ସୁଧାଂଶୁ ଶେଖର ସାହୁ ଅତିଥି ପରିଚୟ ଦେବା ସହିତ ପରିଶେଷରେ ସଭାସାଙ୍ଗ କରି ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକର ୧୨ଟି ପଞ୍ଚାୟତ ର ବଜରଙ୍ଗଦଳ କର୍ମକର୍ତ୍ତା ଏବଂ ଭାଜପା ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଂଗ୍ରେସ ର ହାତ ଛାଡି ପୁଣି ବିଜେପି ରେ ମିଶିଲେ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଷୀ 

masiha

ବିଜେପି ର ମିଶ୍ରଣ ପର୍ବ

masiha

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

masiha

Leave a Comment

error: Content is protected !!