ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତେ ସରକାରଙ୍କ ଆଇନ ବିଷୟରେ ଜାଣନ୍ତୁ ଏହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ୍ୟା ଶ୍ରୀମତୀ ମନୀଷା ମିଶ୍ର, ଜିଲ୍ଲା ଆଇନ ପ୍ରାଧିକରଣ ସେବା ସମ୍ପାଦକ ଶ୍ରୀଯୁକ୍ତ ଶୁଭ ଗୌତମ ମିଶ୍ର, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମଜିବୁନ ନିଷା,ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ସୁଚରିତା ମହାପାତ୍ର ଏବଂ ଶ୍ରୀମତୀ ଫୁଲଜେନସିଆ ସୋରେନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, କିଶୋର ନ୍ୟାୟ ବୋର୍ଡ ମେମ୍ବର ସୁଶ୍ରୀ ସ୍ଵର୍ଣଲତା ମହାନ୍ତି , ଶିଶୁ ମଙ୍ଗଳ ସମିତି ସଦସ୍ୟ ସଞ୍ଜୟ କୁମାର, କର୍ତ୍ତବ୍ୟ ର ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ, ପ୍ରିୟମ୍ବଦା ଚାନ୍ଦ, ଅଧ୍ୟକ୍ଷା ମହିଳା ମହା ବିଦ୍ୟାଳୟ, ଅଧ୍ୟକ୍ଷ ପଞ୍ଚାୟତ ମହାବିଦ୍ୟାଳୟ , ଧର୍ମଗଡ ସବ ଡିଭିଜନ ର ସମସ୍ତ ସିଡିପିଓ , ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଚାଳନା ଜିଲ୍ଲା ସଂଯୋଜକ ଓମେନ ହବ ଯୋଗେଶ୍ଵର ବୁଦ୍ଧିଆ କରିଥିବା ବେଳେ ଧର୍ମଗଡ ସିଡିପିଓ ଶ୍ରୀମତୀ ଧରିତ୍ରୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

masiha

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସ ପାଳିତ

masiha

Leave a Comment

error: Content is protected !!