ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

କୋଇଡ଼ା- // ସୁନ୍ଦରଗଡ ଜିଲ୍ଲା କୋଇଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ଦ୍ବାରା ଯୁଗ୍ମ ଜଣଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ମୂଖ୍ୟ ନିର୍ଦ୍ଦେଶକ ସୁରଞ୍ଜନ କୁମାର ସାହୁ,ବଣାଇ ଉପଜିଲ୍ଲପାଳ ଅକ୍ଷୟ ପିଲ୍ଲେ, କୋଇଡା ବିଡ଼ିଓ ରସ୍ମିରେଖା ପାତ୍ର,କୋଇଡା ତହସିଲଦାର ଆଶିଷ କୁମାର ରାଉତ,କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । କୋଇଡା (ଖ)ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ନାଏକ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ l କୋଇଡା ବ୍ଲକ୍ ର ବିଭିନ୍ନ ପ୍ରାନ୍ତର ରୁ ଆସିଥିବା ଜନସାଧାରଣ ନିଜ ନିଜର ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମୁଖ ରେ ଉପସ୍ଥାପନା କରିଥିଲେ l ସମୁଦାୟ ୭୭ ଜଣ ଲିଖିତ ଭାବରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଅଭିଯୋଗ କରିଥିଲେ । ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୩୩ ଗୋଟି ଅଭିଯୋଗ ଥିବାବେଳେ ସାମୁହିକ ଭାବେ ମୋଟ ୪୪ ଗୋଟି ଅଭିଯୋଗ ଆସିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ଜମିବାଡ଼ି, ସଂକ୍ରାନ୍ତ୍ରୀୟ ଚିକିତ୍ସା ସାହାଯ୍ୟ, ନିଯୁକ୍ତି, ବଦଳି ପ୍ରଭୃତି ସମସ୍ୟା ରହିଥିବା ବେଳେ ସାମୂହିକ ଅଭିଯୋଗ ମଧ୍ୟରେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଚାଷ ପାଇଁ ଜଳ ସେଚନ ସୁବ୍ୟବସ୍ଥା ଇତ୍ୟାଦି ସମସ୍ୟାର ଅଭିଯୋଗ ମାନ ଆଗତ ହୋଇଥିଲା।ଉପ ଜିଲ୍ଲାପାଳ ପ୍ରତ୍ୟକ୍ଷରେ କିଛି ଆପତ୍ତି ଅଭିଯୋଗର ସମାଧାନ କରି ଶୁଣାଣୀ କରିଥଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଅଧିକାଂଶ ଅଭିଯୋଗ ବିଦ୍ୟୁତ, ରାସ୍ତା, ପାନୀୟ ଜଳ, ନିଯୁକ୍ତି ଉପରେ ଆସିଥିଲା ।ଅନ୍ୟ ସମସ୍ତ ଅଭିଯୋଗ ର ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଉଦଯାପିତ

Sunil Chandra Nayak

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ

masiha

Leave a Comment

error: Content is protected !!