ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

 ମୟୂରଭଞ୍ଜ – ୧୪/୦୨

ଯଜ୍ଞଧାରଂ ଜଗତ୍ସ ଯଜ୍ଞୋ ବିଶ୍ବସ୍ତ ଜୀବନମ୍ ।
ଯଜ୍ଞୋହି ପରମଂଧର୍ମୋ,ଯଜ୍ଞୋ ସର୍ବଂପ୍ରତିଷ୍ଠିତମ୍ ।
ଯଜ୍ଞଦାନ ତପଃକର୍ମ ନ ତ୍ଯାଜ୍ଯଂ କାର୍ଯ୍ଯମେଵତତ୍
ଯଜ୍ଞୋଦାନଂ ତପଶ୍ଚୈ ପାବନି ମନାଷିଣାମ୍ ।

 ଯଜ୍ଞ ରୁ ପୃଥିବୀର ବୃକ୍ଷଲତା,ଜଳ,ବାୟୁ,ଜୀବନ ସବୁକିଛି ସୃଷ୍ଟି । ତେଣୁ ପୌରାଣିକ ଅମଳରୁ ହିନ୍ଦୁ ସଂସ୍କୃତିରେ ଦେବାଦେବୀ ,ମୁନି,ଋଷି,ରାଜା ସମସ୍ତେ ସୃଷ୍ଟିର ସୁନ୍ଦର ସୃଜନା ପାଇଁ ଯଜ୍ଞ ଆୟୋଜନ କରୁଥିଲେ । ରାଇରଙ୍ଗପୁରରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ଅନୁବନ୍ଧିତ ଵାମନଘାଟୀ ବ୍ରାହ୍ମଣ ସଭା( ରାଇରଙ୍ଗପୁର ) ଆନୁକୁଲ୍ୟରେ ରାଇରଙ୍ଗପୁର ସହରର କୁଚେଇବୁଢି ଗ୍ରାମର ବହୁ ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ବିଷ୍ଣୁ ମହାଯଜ୍ଞ ଆୟୋଜନ କରାଯାଉଛି ।୧୬ ତାରିଖ ରବିବାର ଦିନ ଅଙ୍କୁରାରୋପଣ ,ମଣ୍ଡଳ ଚରଣ ଅଧିବାସ ; ୧୭ ତାରିଖ ସୋମବାର ଦିନ ଜଳଯାତ୍ରା, ଯଜ୍ଞ ମଣ୍ଡପ ପ୍ରଵେଶ, ଦେବତାମାନଙ୍କ ଆବାହନ,ସ୍ଥାପନ,ପୂଜନ, ମୂଳମନ୍ତ୍ର,ଅଗ୍ନି ସଂସ୍କାର,ଆଗ୍ନିକ ହବନ,ତର୍ପଣ,,ମାର୍ଚ୍ଚନା,, ଆରତୀ, ପୁଷ୍ପାଞ୍ଜଳି ; ୧୮ ତାରିଖ ମଙ୍ଗଳବାର ଦିନ ପ୍ରାତଃ ପୂଜା,ଗୁରୁ ପୂଜା, ଧରିତ୍ରୀ ପୂଜା,ଗୋ ପୂଜା,, ଦ୍ଵାରପାଳ ପୂଜା,ଶାଳ ମଣ୍ଡପ ଦେବତାମାନଙ୍କ ପୂଜା,ଜଜାଙ୍ଗ ବିଧି,ରୁଦ୍ର ହୋମ,ସପ୍ତମୀ ଚଣ୍ଡୀ ହୋମ, ଆରତୀ , ପୁଷ୍ପାଞ୍ଜଳି; ଏବଂ ଅନ୍ତିମ ୧୯ ତାରିଖ ବୁଧବାର ଦିନ ପ୍ରାତଃ ସୂର୍ଯ୍ୟ ପୂଜା,ଶାଳ ମଣ୍ଡପ ଦେବତା ପୂଜନଜପାଙ୍ଗ ବିଧି, ଶ୍ରୀମଦ୍ ଭଗବତ ଗୀତା ପାଠ, ପୂର୍ଣ୍ଣାହୁତି,ଆରତୀ, ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯିବ ।ପ୍ରତ୍ୟହ ଵେଦପାଠ,ଚଣ୍ଡୀପାଠ,ଗୀତା ପାଠ,ରୁଦ୍ରାଭିଷେକ, ବିଷ୍ଣୁ ସହସ୍ରନାମ ପାଠ,ଗୋପାଳ ସହସ୍ରନାମ ପଠନ, ନୃସିଂହ ସହସ୍ରନାମ ପଠନ, ଜଗନ୍ନାଥ ସହସ୍ର ନାମ ପଠନ କରାଯିବ ।ତଦସହ ସଂନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ପ୍ରବଚନ ଦିଆଯିବ ,ବ୍ରତୋପୟନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ।ଉକ୍ତ ଯଜ୍ଞ କର୍ମରେ ଓଡ଼ିଶା ରାଜ୍ୟ ବୈଦିକ ବ୍ରାହ୍ମଣ ପରିଷଦର ସଂପାଦକ ପୁରୀର ଶ୍ରୀ ସତ୍ୟନାରାୟଣ ତ୍ରୀପାଠୀ ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା ଯଜ୍ଞ କର୍ମ ଆୟୋଜନ କରାଯିବ ବୋଲି କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଦେଵନାରାୟଣ ରଥ ମହାପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।ତଦସହ ବହୁ ସଂଖ୍ୟାରେ ଭଗବତ୍ ପ୍ରେମୀ,ଆଧ୍ଯାତ୍ମବାଦୀ, , ଶ୍ରଦ୍ଧାଳୁ ଏହି ଯଜ୍ଞ ମଣ୍ଡପକୁ ଆସି ପୂଜାର୍ଚ୍ଚନା ଦେଖିବା କରିବା ସହ ଆଶୀର୍ବାଦ ଲାଭ କରିବା ପାଇଁ କମିଟି ତରଫରୁ ବିନମ୍ର ଅନୁରୋଧ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଟୋକିମରା ପର୍ଵ ପାଇଁ ଗୁଡ଼ି ଚଢା ଓ ଗଣ୍ଠି ବନ୍ଧା ପୂଜାର୍ଚ୍ଚନା ଅନୁଷ୍ଠିତ 

masiha

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

Sunil Chandra Nayak

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

masiha

Leave a Comment

error: Content is protected !!