ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ 

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ 

ଲାଞ୍ଜିଗଡ଼, ୧୪/୦୨( ମନିସ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର (ବୈକୁଣ୍ଠପୁରୀ)ର ପ୍ରଥମ ବାର୍ଷିକ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବରେ କର୍ତ୍ତା ଭାବେ ଚନ୍ଦ୍ରଧ୍ଵଜ ପେସନିଆ ଓ ଶାନ୍ତିଲତା ପେସନିଆ, ଶରତଚନ୍ଦ୍ର ସିଂ ଓ ସବିତା ସିଂ, ସୁବାସ ଚନ୍ଦ୍ର ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ, ପୂଜକ ଭାବେ ସୁନୀଲ କୁମାର ମିଶ୍ର, ଦାମୋଦର ରଥ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।ଦୀନବନ୍ଧୁ ବାରିକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସଂଗଠନର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜ ଦଳବେହେରା , ବରିଷ୍ଠ ସମାଜସେବୀ ଶ୍ରୀଧର ପେସନିଆ ପ୍ରମୁଖ ସହଯୋଗ କରିଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

National Maritime Day was observed by the Institution of Engineers (India)

Sunil Chandra Nayak

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

masiha

ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ

masiha

Leave a Comment

error: Content is protected !!