ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବତୀ କୁ ବଳାତ୍କାର ଅଭିଯୋଗରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

କୋକସରା,୨୪/୪- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଫୁପଗା ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀ ଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ଯୁବକ କୁ ଗିରଫ କରି ଜାମିନ ନାମଞ୍ଜୁର ହେବାରୁ ରବିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନାନୁସାରେ ଗତାବନ୍ଧ ଗାଁ ର ଯୁବକ ସାମନ୍ତ ଭାଟି (୨୪) ସେହି ଗ୍ରାମର ୨୫ ବର୍ଷୀୟ ଜଣେ ଯୁବତୀ ଙ୍କୁ ଗତ ୫ ବର୍ଷ ହେବ ଏକତରଫା ଭଲ ଭଲ ପାଉଥିଲେ । ହେଲେ ଯୁବତୀ ଙ୍କୁ ଅନେକ ସମୟରେ ଯୁବକ ପ୍ରେମ ନିବେଦନ କରି ବିଫଳ ହୋଇଥିବା ବେଳେ ଗତ ୨୦ ତାରଖ ଯୁବତୀ ରାତି ୧୧ ଟା ସମୟ ରେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ଯୁବକ ସାମନ୍ତ ଭାଟି ଘରେ ପଶି ଯୁବତୀ ଙ୍କ ଵିରୋଧ ସତ୍ତ୍ୱେ ବଳାତ୍କାର କରିଥିବା ନେଇ ଯୁବତୀ କୋକସରା ଥାନାରେ ଶୁକ୍ରବାର ୨୨ ତାରିଖରେ ଲିଖିତ ଅଭିଯୋଗ କରିବା ପରେ କୋକସରା ପୋଲିସ ତ୍ୱରିତ ପଦକ୍ଷେପ ନେଇ ଗତାବନ୍ଧ ଗାଁ ରୁ ଅଭିଯୁକ୍ତ ଯୁବକ ସାମନ୍ତ ଭାଟି କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏନେଇ କୋକସରା ଥାନାରେ କେଶ ନମ୍ବର ୯୩/୨୨ ରୁଜୁ ହୋଇଛି ଓ ଅଭିଯୁକ୍ତ ଯୁବକ କୁ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମ ନି ସ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

ଉମରକୋଟରେ ଥିବା ଏଲ୍ ଆଇ ସି କାର୍ଜ୍ୟାଳୟ ର ୧୪ତମ ଜନ୍ମ ଦିବସ ପାଳିତ

Sunil Chandra Nayak

ମମତା ସାହୁ ଙ୍କ କବିତା ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

Leave a Comment

error: Content is protected !!