ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

ରାୟଗଡ଼ା ତା – ୧୫-୦୨-୨୦୨୫ ତାରିଖ ସକାଳ ୧୧.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟ ରେ “ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ଯୋଗ ଦେବା ସହ ଜିଲ୍ଲା ଉପ-ବିଭାଗୀୟ ପୋଲିସ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ସେନାପତି ଏବଂ ସାଇବର ସେଲ ର ଅଧିକାରୀ କେ.ମୁରଲୀଧର ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ସ୍ଵାଗତ ଅଭିଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ର ନିୟମ ସହ ଏହାର ସୁରକ୍ଷା କେମିତି କରିବା ଏବଂ ଅନ୍ୟ ଲୋକ ମାନଙ୍କୁ କେମିତି ସଚେତନ କରିବା ସହ ସାଇବର ଠକେଇ ରୁ କେମିତି ବଞ୍ଚିତ ହେବା ଓ ସୁରକ୍ଷିତ ରହିବା ସମ୍ପର୍କରେ ଆଲୋକପାତ କରେଇ ଥିଲେ। ଯୁବ ରେଡକ୍ରସ୍ ର କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ଶମ୍ଭୁ ରାଉତ, ଶ୍ରୀ ସୁବ୍ରତ କୁମାର ପ୍ରଧାନ, ମୋନାଲିସା ପାଣିଗ୍ରାହୀ , ତୃପ୍ତିମୟୀ ଭୋଇ ସମସ୍ତ କର୍ମଚାରୀ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

masiha

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

Leave a Comment

error: Content is protected !!