ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ବଦଳ ରେ ମେସିନ କରିଛି କାମ!   

ଶ୍ରମିକ ବଦଳ ରେ ମେସିନ କରିଛି କାମ!   

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ର ମନରେଗା ଯୋଜନା ରେ ଶ୍ରମିକ ମାନଙ୍କୁ କାମ ଯୋଗାଇଦେବା ପାଇଁ ଅନୁଦାନ ଆସୁଥିବା ବେଳେ ଦେଓଗାଁ ବ୍ଲକ ର କିଛି ପଞ୍ଚାୟତ ମାନଙ୍କ ରେ ମେସିନ ରେ କାମ ହେଉଥିବା ର ଅଭିଯୋଗ ହୋଇଛି!ଲୋକ ମାନଙ୍କୁ କାମ ନ ମିଳିବାରୁ ବାହାର ରାଜ୍ୟ କୁ ଦାଦନ ଖଟି ଯାଇ ହଇରାଣ ହେଉଛନ୍ତି! କିନ୍ତୁ ପ୍ରଶାସନ ଓ ଜନପ୍ରତିନିଧି ନିରବ ଦ୍ରଷ୍ଟା ସାଜି ମଲାଈ ଖାଇବାରେ ବ୍ୟସ୍ତ ଅଛନ୍ତି!କିଛି ମାସ ତଳେ ବଡ଼ବନ୍ଧ ପଞ୍ଚାୟତ ର ଶ୍ରମିକ ମାନଙ୍କୁ ବାହାର ରାଜ୍ୟ ରୁ ଉଦ୍ଧାର କରାଯାଇଥିବା ସମୟ ରେ ସେମାନେ ଏ ବିଷୟ ରେ କହିଥିଲେ! ଅଭିଯୋଗ ଅନୁସାରେ କରୁଆଁଝର ରୁ ବଡ଼ବନ୍ଧ ଯିବା ରାସ୍ତା ମଝିରେ ଜଣେ ବ୍ୟକ୍ତି ଙ୍କ ରୟତି ଜମି ର ପାଟଖଣ୍ଡା ମୁଣ୍ଡା ରେ ପଞ୍ଚାୟତ ତରଫ ରୁ 9ଲକ୍ଷ୍ୟ 90ହଜାର ଟଙ୍କା ଏକ ଫାଇଲ ଖୋଲି କାମ କରାଯାଉଅଛି! କାମ କରାଯାଉଥିବା ସ୍ଥାନ କୁ ଯାଇ ଦେଖିଲେ ଏହା ଶ୍ରମିକ ବଦଳ ରେ ମେସିନ କାମ ହୋଇଥିବା ଜଳଜଳ ହୋଇ ଦିଶୁଛି!ଏମିତି କି ଏଠାରେ ସୂଚନା ଫଳକ ନାହିଁ କିନ୍ତୁ ସୂଚନାଫଳକ ନାଁ ରେ ଟଙ୍କା ଉଠାହୋଇଛି!ପ୍ରାୟ ପାଞ୍ଚ ଲକ୍ଷ୍ୟ ଟଙ୍କା ର ବିଲ ଉଠାଇ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି!ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ମେସିନ କାମ ହୋଇଥିବା ସ୍ଥାନ ରେ ମାଟି ପୋତାଯାଇଛି!ଏ ସମ୍ପର୍କ ରେ ବଡ଼ବନ୍ଧ ପଞ୍ଚାୟତ ଏକାଉଣ୍ଟ କାମ ଡାଟା ଏଣ୍ଟ୍ରି ଅପେରେଟର ଙ୍କୁ ପଚାରିବାରୁ ମେସିନ କାମ ହୋଇଥିବା ଅଭିଯୋଗ କୁ ଅସ୍ବୀକାର କରିଛନ୍ତି! 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଡି.ଡି.ସି.ଏ ଅଫିସ ପରିସ୍ରାଗାର ରେ ତାଲା, ନିର୍ଦ୍ଦେଶ କାହାର ? ସିଜ୍ ଟ୍ରକ୍ ପାଖରେ ଅନେକ କରନ୍ତି ପରିସ୍ରା , ସ୍ବଚ୍ଛତା ଅଭିଯାନ କୁ ଆଖି ଠାର 

masiha

Leave a Comment

error: Content is protected !!