ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

ଡାବୁଗାଁ, ୨୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଉଦ୍ୟାନ, ଖାଉଟି କଲ୍ୟାଣ, ମଙ୍ଗଳ ବିଭାଗ, ବିଦ୍ୟୁତ, ଜଳ ଓ ପରିମଳ, ବନ ବିଭାଗ, ମୃତ୍ତିକା ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉନ୍ନୟନ ଓ ଏମଜିଏନଆରଇଜିଏ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କାର୍ଯ୍ୟ ଖସଡା ଏବଂ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା | ଜଙ୍ଗଲ ବିଭାଗ ତରଫରୁ ଡାବୁଗାଁ ଗ୍ରାମ ନିକଟ ଜଙ୍ଗଲ ପାଖରେ ଆଡିବନ୍ଧ ନିର୍ମାଣ କରାଗଲେ ଗାଈଗୋରୁ ପାଣି ପିଇବା ପାଇଁ ସୁବିଧା ହେବ ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ଓ ଡାବୁଗାଁ ସରପଞ୍ଚ ପ୍ରସ୍ତାବ ଦେଇଥିଲେ | ଏହାସହ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ | ବୈଠକରେ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ବିଡିଓ ଶରତ ମାଝି, ଗ୍ରାମପଞ୍ଚାୟତ ଉନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଏଲ. ଲୋକନାଥ ରେଡ୍ଡୀ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, କନିଷ୍ଠଯନ୍ତ୍ରୀ ଦିଲ୍ଲୀପ ଦୀପକ ମିଶ୍ର, ଜଳ ଓ ପରିମଳ କନିଷ୍ଠଯନ୍ତ୍ରୀ ରୋହିତ କିଶାନ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ ଓ ବିମଳା କୁମାରୀ ନାୟକ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

Sunil Chandra Nayak

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!