ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

ଏମଜିଏନଆରଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

 ମୟୂରଭଞ୍ଜ ତା 23-02-2025 ରିଖ  // ଡି ଏମ. ଇ. ଓ. ର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ବର୍ତ୍ତମାନ ନୀତିଆୟୋଗର ବରିଷ୍ଠ ଗବେଷକ ମି. ଶେଖର ବନୁ ଏବଂ ସାମାଜିକ ବିକାଶ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମି. ଅଶୋକ ପଙ୍କଜ କୁ ନେଇ ଗଠିତ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ଗତକାଲି ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ। 

କେନ୍ଦ୍ରୀୟ ଟିମ ଜିଲ୍ଲାରେ ଏମଜିଏନଆରଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କ ରେ ସମୀକ୍ଷା କରିବା ସହିତ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଭବିଷ୍ୟତ ଜୀବକାର ନିରାପତ୍ତା ଓ ସ୍ଥାୟୀତ୍ୱ ପାଇଁ ନୂତନଭାବେ ହାତକୁ ନିଆଯାଇଥିବା ହାଇ ଟେକ ଇଣ୍ଡିଗ୍ରେଟେଡ଼ ଫାର୍ମିଙ୍ଗ ପ୍ରକଳ୍ପ ଗୁଡିକ ସମ୍ଭନ୍ଧରେ ଅବଗତ ହୋଇଥିଲେ ।

ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗତକାଲି କେନ୍ଦ୍ରୀୟ ଟିମ ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନରେ ବାରିପଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବଡ଼ଯୁଡ଼ ଠାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସବାଇ ଘାସ ଓ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ହସ୍ତ ଶିଳ୍ପ ସାମଗ୍ରୀକୁ ଦେଖିଥିଲେ ଏବଂ ହିତାଧିକାରୀ ମାନଙ୍କ ଠାରୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ।

ଗତକାଲି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟିମର ଉଭୟ ସଦସ୍ୟ ନିଜ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଏହି ସମୀକ୍ଷାର ତିନୋଟି ମୁଖ୍ୟ ଉଦେଶ୍ୟ ମଧ୍ୟରୁ ପ୍ରଥମଟି ହେଉଛି ଜିଲ୍ଲାରେ ଯେଉଁ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଉଛି ଏହାର ମୂଳ ଉଦେଶ୍ୟ କଣ,ଦ୍ଵିତୀୟରେ ମାର୍ଗ ଦର୍ଶିକା ଅନୁସାରେ ଯୋଜନା କାର୍ଯ୍ୟକାରୀ ହୋଇ ଲକ୍ଷ୍ୟ ସାଧିତ ହୋଇପାରୁଛି କି ନାହିଁ ଏବଂ ତୃତୀୟଟି ହେଉଛି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଯଦି କିଛି ସମସ୍ୟା ବା ପ୍ରତିବନ୍ଧକ ଦେଖାଦେଉଛି ତେବେ, ପ୍ରଶାସନ ର ପ୍ରସ୍ତାବ ଅନୁଯାୟୀ ଏହାକୁ ଉପଯୁକ୍ତ ମେକାନିଜିମ ଦ୍ୱାରା ସମାଧାନ କରି ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଇବା। ଏତଦ ବ୍ୟତୀତ ଜମି ଉନ୍ନତି ଯୋଜନା କାର୍ଯ୍ୟକାରି କରିବା ସମୟରେ ଉକ୍ତ ଜମିକୁ କିପରି ଜଳସେଚନ କରାଇ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହାପରେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଜିଲ୍ଲାରେ ଏମ ଜି ଏନ ଆର ଜି ଏସ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ଜମି ବିକାଶ, ଅମ୍ରିତ ସରୋବର, ଫାର୍ମ ପଣ୍ଡ, ଚେକଡେମ, ମାଟି କେନାଲ ସମେତ ଗ୍ରାମୀଣ ଆବାସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ପିଏମ ଜନମନ ଯୋଜନା,ଜାତୀୟ ଗ୍ରାମୀଣ ଜୀବିକା ମିଶନ ଯୋଜନା ଅନ୍ତର୍ଗତ ଛେଳିଫାର୍ମ , କୁକୁଡ଼ା ଫାର୍ମ ଓ ମାଛ ଚାଷ ସମେତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦି ବିଷୟରେ ଜିଲ୍ଲାପାଳ କେନ୍ଦ୍ରୀୟ ଟିମକୁ ଅବଗତ କରାଇଥିଲେ। ଏଥି ସହିତ ଏମଜିଏନ ଆରଜିଏସର ମଜୁରୀ ବୃଦ୍ଧି ଓ ନିୟମିତ ଭାବେ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ ନିମନ୍ତେ ଠିକ ସମୟରେ ଏହାର ଅନୁଦାନ ରିଲିଜ କରିବା ସହ ଆବାସ ଯୋଜନାକୁ ବୀମା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଟିମ ସମ୍ମୁଖରେ ପ୍ରସ୍ତାବ ରଖିଥିଲେ।

ଉକ୍ତ ବୈଠକ ରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଉନ୍ନୟନ ଅଧିକାରୀ (ପ୍ରଶାସନ ) ଶ୍ରୀ ଶାନ୍ତନୁ କୁମାର ନାଏକ, କରଞ୍ଜିଆ ଆରଡବ୍ଲ୍ୟୁଡିର ଏ.ସି.ଇ. ଇଂ. ଅକ୍ଷୟ କୁମାର ନାଏକ, ଓଏଲଏମର ମଧୁସ୍ମିତା ଭୂୟାଁ, ଓରମାସର ଶ୍ରୀ ଅଭିଷେକ ଦାଶ, ଗ୍ରାମୀଣ ଆବାସ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ କନ୍ୟାକୁମାରୀ ମିଶ୍ର ଓ ଜିଲ୍ଲା ପରିଷଦର ଏମ.ସି., ଜାଫର ଖାଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ଗସ୍ତ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଆଜି ଉକ୍ତ ଟିମ ତିରିଂ ଓ ଯଶିପୁର ବ୍ଲକରେ କ୍ଷେତ୍ର ପରିଦର୍ଶନ କରିବା ସହିତ ହିତାଧିକାରୀ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଆସନ୍ତାକାଲି କେନ୍ଦ୍ରୀୟ ଟିମ ଠାକୁରମୁଣ୍ଡା ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

masiha

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!