ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର

ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ

ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର

ନବରଙ୍ଗପୁର:(ତା. ୨୪.୦୮.୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ଭାବନାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ମାତୃଭୂମିର ସୁରକ୍ଷା, ସ୍ୱାଧୀନତା ଓ ଜନସାଧାରଣଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଶହୀଦମାନଙ୍କ ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମକୁ ଏହି ଅବସରରେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି।ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ସମ୍ପ୍ରଦାୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଟୁରି ନଦୀ କୂଳରେ ଅବସ୍ଥିତ ଶହୀଦ ସ୍ତମ୍ବ ଠାରେ ଅମର ସହିଦ ଏବଂ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ଏବଂ ଟୁରି ନଦୀରେ ତିଳ ତର୍ପଣ କରିଥିଲେl ଶୋଭାଯାତ୍ରାରେ ସମ୍ମିଳିତ ଅତିଥି ଗଣ ଶହୀଦମାନଙ୍କ ଅମର ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କରିବା ସହ ଶହୀଦମାନଙ୍କ ଆଦର୍ଶ ଓ ତ୍ୟାଗରୁ ପ୍ରେରଣା ନେଇ ଯୁବପିଢ଼ି ଦେଶ ଓ ସମାଜର ଉନ୍ନତିରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରାରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରି,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ,ବ୍ଲକ୍ ଅଧ୍ୟକ୍ଷ ହେମଲତା ମାଝୀ,ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ ,ରାଜ ପୁରୋହିତ ନରସିଂହ ତ୍ରୀପାଠୀ,ରାଜ୍ୟସହିଦ ସ୍ମୃତି କମିଟି ଅଧ୍ୟକ୍ଷ ମୁନା ତ୍ରିପାଠୀ,ଜିଲ୍ଲା ଶହୀଦ ସ୍ମୃତି କମିଟି ଅଧ୍ୟକ୍ଷ ସିରାଜ୍ ଅହମ୍ମଦ ପ୍ରମୁଖ ଶହୀଦ ମିନାର ଠାରେ ପହଂଚି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତୁରୀ ନଦୀରେ ତିଳତର୍ପଣ କରାଯାଇଥିଲା l ଏହି ଶୋଭାଯାତ୍ରାରେ ପାପଡ଼ାହାଣ୍ଡି ପଞ୍ଚାୟତର ଜନ ସାଧାରଣ,ସହିଦ ଙ୍କ ଦାୟାଦ,ବିଭିନ୍ନ ଅଧିକାରୀ ,ଜନ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ଓ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ବ୍ଲକ ପରିସରରେ ଅନୁଷ୍ଠିତ ସ୍ମୃତି ସଭାରେ ମୂଖ୍ୟ ଅତିଥି ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାପଡ଼ାହାଣ୍ଡି ଶହୀଦ ସ୍ମାରକ ନବରଙ୍ଗପୁର ଜିଲ୍ଲାର ଗୌରବମୟ ଐତିହ୍ୟ, ଦେଶପ୍ରେମ ଓ ଶହୀଦମାନଙ୍କ ଅମର ତ୍ୟାଗର ଏକ ପବିତ୍ର ପ୍ରତୀକ ବୋଲି ସେ କହିଥିଲେ। ଶହୀଦମାନଙ୍କ ତ୍ୟାଗକୁ କେବଳ ସ୍ମରଣ କରିବା ନୁହେଁ, ସେମାନଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ହିଁ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ମତବ୍ୟକ୍ତ କରିଥିଲେ। ବଳିଦାନ ଓ ସହିଦ ର ମାଟି ପାପଡାହାଣ୍ଡି ଏବଂ ୧୯ ଜଣ ଅମର ସହିଦ ଙ୍କ ନାମ ଓ ତ୍ୟାଗ କୁ ପାଠ୍ୟ ପୁସ୍ତକ ରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ।ସହିଦ ସ୍ମାରକୀ ନିର୍ମାଣ, ଐତିହ ବରପୁତ୍ର ଗାଁ,ସହିଦ ପରିବାରର ଦାୟାଦ ମାନଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ସାମିଲ,ମେଡିକାଲ କଲେଜ, ସ୍ପୋର୍ଟସ କମ୍ପ୍ଲେକ୍ସ,ଅଟଳ ବସଷ୍ଟାଣ୍ଡ,ବ୍ଲକ୍ ଷ୍ଟାଡିୟମ୍, ଆଦିବାସୀ ଭବନ ନିର୍ମାଣ ଉଲ୍ଲେଖ କରି ନବରଙ୍ଗପୁର ଜିଲ୍ଲାର ଦ୍ରୁତ ବିକାଶ ପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।ମାନ୍ୟବର ବିଧାୟକ ନବରଙ୍ଗପୁର ପ୍ରତ୍ୟେକ ସହିଦ ଙ୍କ ଗ୍ରାମରେ ସହିଦ ସ୍ତମ୍ବ ସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କହିଥିଲେ। ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସହିଦ ମାନଙ୍କ ତ୍ୟାଗ ଓ ବଳିଦାନ କୁ ସ୍ମରଣ କରି ନବରଙ୍ଗପୁର ଜିଲ୍ଲାର ବିକାଶ ରେ ଜୁନାଗଡ ନବରଙ୍ଗପୁର ରେଳପଥ ନିର୍ମାଣ ରେ ପାପଡ଼ାହାଣ୍ଡି ରେଳଷ୍ଟେସନ ସ୍ଥାପନ,ସହିଦ ସ୍ମାରକୀ ଭବ୍ୟ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ, ପାପଡ଼ାହାଣ୍ଡି ମୁଖ୍ୟ ଛକ କୁ ସହିଦ ଚୌକ, ପାପଡ଼ାହାଣ୍ଡି ନବରଙ୍ଗପୁର ଏନ୍ ଏଚ୍ କଡ ଆଲୋକ ବିଦ୍ୟୁତ କରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହେଉଛି ବୋଲି କହିଥିଲେ।

ସ୍ମୃତିସଭାରେ ମୁଖ୍ୟ ଅତିଥି ସହିଦ ଏବଂ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଦାୟଦ ମାନଙ୍କୁ ଉପଢ଼ୌକନ ଓ ତାଣ୍ଡିସୁତା ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ lଏହି ଅବସରରେ ଜନପ୍ରତିନିଧି, ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ସ୍ୱାଧୀନତା ସଂଗ୍ରାମୀ ପରିବାର ଏବଂ ସହିଦ ପରିବାରର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ଏବଂ ବହୁ ସଂଖ୍ୟକ ଯୁବକ-ଯୁବତୀ ଯୋଗଦେଇଥିଲେ। ଉପସ୍ଥିତ ବକ୍ତାମାନେ ଶହୀଦମାନଙ୍କ ଜୀବନ, ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମ ସମ୍ପର୍କରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଶହୀଦମାନଙ୍କ ତ୍ୟାଗ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ପ୍ରେରଣା। ସେମାନଙ୍କ ବୀରତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ସମଗ୍ର ସମାଜକୁ ପ୍ରେରଣା ଯୋଗାଉଛି। ଦେଶର ଏକତା, ଅଖଣ୍ଡତା, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ।ପାପଡ଼ାହାଣ୍ଡିର ଏହି ଶହୀଦ ପୀଠ ନବରଙ୍ଗପୁର ଜିଲ୍ଲାର ଇତିହାସ ଓ ଗୌରବର ଏକ ଅବିଚ୍ଛିନ୍ନ ଅଂଶ। ଏଠାରେ ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ପାଳନ ମାଧ୍ୟମରେ ଅମର ଶହୀଦମାନଙ୍କ ପ୍ରତି ଜିଲ୍ଲାବାସୀଙ୍କ କୃତଜ୍ଞତା ଓ ସମ୍ମାନ ପ୍ରକାଶ କରାଯାଉଛି। ଶହୀଦମାନଙ୍କ ଅମର ଗାଥା ଓ ଆଦର୍ଶକୁ ହୃଦୟରେ ଧାରଣ କରି ଏକ ସୁଦୃଢ଼, ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଓ ବିକଶିତ ଓଡ଼ିଶା ତଥା ଭାରତ ଗଠନରେ ସମସ୍ତେ ନିଜର ଅବଦାନ ରଖିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା।ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ସହିଦ ସ୍ମାରକୀ ନିର୍ମାଣ ର ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ପାପଡ଼ା ହାଣ୍ଡି ମାଟିର ଗୌରବ ଉପରେ ବିଶେଷ ତଥ୍ୟ ରଖିଥିଲେ।ବି ଡି ଓ କପିଲଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନଗେନ୍ଦ୍ର ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

ବିଜେନ୍ଦ୍ର ରାଉତ ଙ୍କ ସହିଦ ସପ୍ତାହ ପାଳନ ଓ ନଗର ପରିକ୍ରମା

masiha

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ

masiha

Leave a Comment

error: Content is protected !!