ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍: ପ୍ରଭାତ କ୍ଲବ ଫାଇନାଲରେ ପ୍ରବେଶ 

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍: ପ୍ରଭାତ କ୍ଲବ ଫାଇନାଲରେ ପ୍ରବେଶ 

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱେ ଖେଳ ପଡ଼ିଆରେ ଚାଲିଥିବା କଣ୍ଟାବାଞ୍ଜୀ ପ୍ରିମିୟର ଲିଗର ପ୍ରଥମ ଯୋଗ୍ୟତା ମ୍ୟାଚ କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏବଂ ସାହାରା କ୍ଲବ ମଧ୍ୟରେ କଣ୍ଟାବାଞ୍ଜିର ରେଳବେ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଭାତ କ୍ଲବ ପ୍ରଥମେ ବ୍ୟାଟିଂ କରି 20 ଓଭରରେ ସାହାରା କ୍ଲବକୁ 171 ରନ୍ ର ବିଜୟ ଲକ୍ଷ୍ୟ ଦେଇଥିଲା କିନ୍ତୁ ସାହାରା କ୍ଲବ 20 ଓଭରରେ 8 ୱିକେଟ୍ ହରାଇବା ପରେ ମାତ୍ର 145 ରନ୍ ସ୍କୋର କରିପାରିଥିଲା । ଏହି ବିଜୟ ସହ ପ୍ରଭାତ କ୍ଳବ୍ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ପ୍ରଭାତ କ୍ଲବ ଅଧିନାୟକ ଅମିତ ଜୁଇଡ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଅମିତ୍ ୪ ଓଭରରେ ମାତ୍ର ୧୫ ରନ୍ ଦେଇ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କ୍ରିକେଟ ସଂଘ୍ ଉପ ସଭାପତି ଭୈରବ ସାହୁ ଯୋଗ ଦେଇଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

masiha

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

Sunil Chandra Nayak

ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

Leave a Comment

error: Content is protected !!