ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ,ମାକୀଚକେଶ୍ବରୀ ନବ ବିଗ୍ରହ ଏବଂ ୫ ଦିବସୀୟ ଦିବସୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ 

ରାଇରଙ୍ଗପୁରରେ ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ,ମାକୀଚକେଶ୍ବରୀ ନବ ବିଗ୍ରହ ଏବଂ ୫ ଦିବସୀୟ ଦିବସୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ 

ରାଇରଙ୍ଗପୁର- ୨୩/୦୨

କର୍ପୁର ଗୌରଂ କରୁଣାଵତାରଂ ସଂସାର ସାରଂ ଭୂଜଗେନ୍ଦ୍ର ହାରଂ
ସଦା ଵସନ୍ତଂ ହୃଦୟାରଵିନ୍ଦେ ଭଵଂ ଭବାନୀ ସହିତଂ ନମାମି 

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଗଢ ଗ୍ରାମର ବହୁ ପୁରାତନ ରାଜା ରୁଜୁଡା ଅମଳର ୩୦୦ ବର୍ଷରୁ ଉର୍ଦ୍ଧ୍ବ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ପୁନଃ ନିର୍ମାଣ ଏବଂ ମା’ କୀଚକେଶ୍ବରୀ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠାଏଵଂ ପାର୍ଶ୍ବ ଦେବାଦେବୀ ବିଗ୍ରହ ପ୍ରତିଷ୍ଠା ୫ ଦୀବସୀୟ ଉତ୍ସବ ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରରେ ଶିବ ମନ୍ଦିର, ଭଗବତୀ ମା’ କୀଚକେଶ୍ବର ବିଗ୍ରହ ପ୍ରତିଷ୍ଠା ,ପାର୍ଶ୍ବ ଦେବାଦେବୀ, ପାର୍ଶ୍ଵ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାହିତ ହେବ ।୧୯ ତାରିଖ ବୁଧବାର ଦିନ ଅପରାହ୍ନ ୪ ଘଟିକା ରେ ଅଙ୍କୁରୋପଣ,ଅଧିବସ କର୍ମ,,ବିଗ୍ରହ ସମୂହଙ୍କ ଧ୍ଯାନାଧିଦାସ,,ଫଳ ପୁଷ୍ପାଳଧିବାସ,କୁଣ୍ଡମଣ୍ଡଳାଦି ନିର୍ମାଣ ‌କାର୍ଯ୍ୟକ୍ରମ,୨୦ତାରିଖ ଗୁରୁବାର ଦିନ ପ୍ରାତଃ କାଳୀନ ଗୁରୁ ସୂର୍ଯ୍ୟ ପୂଜା,ଘୋ ପୂଜି, ଜଳଯାତ୍ରା,, ମନ୍ଦିର ପ୍ରବେଶ, । ପରେ ଯଜ୍ଞକର୍ମ ପ୍ରାରମ୍ଭ,ଶାଳା ପ୍ରଵେଶ ମଣ୍ଡପ,,ସ୍ତମ୍ଭ ତୋରଣ କୁଣ୍ଡ ମଣ୍ଡଳ ପୂଜନ, ଅଗ୍ନି ସ୍ଥାପନ, ବିଗ୍ରହ ସ୍ନାନ କର୍ମ,ଶୟନ କାର୍ଯ୍ୟକ୍ରମ,୨୪ ପ୍ରହର ହରି ନାମ ସଂକୀର୍ତ୍ତନ;୨୧ ତାରିଖ ଶୁକ୍ରବାର ଦିନ ଶୁକ୍ରବାର ଦିନ ଧ୍ଵଜ କଳଶ ସ୍ଥାପନ ,କର୍ମ ବାୟୁ ପୂଜନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା ;୨୨ ତାରିଖ ଶନିବାର ଦିନ ସୂର୍ଯ୍ୟ ପୂଜା ,ଗୋ ପୂଜା,ଦେବ ପୂଜା, ଚଣ୍ଡୀ ପାଠ,ସ୍ତବ ସ୍ତ୍ତୋତ୍ରାଦି ପଠନ,ଜପକର୍ମ,ମହାରୁଦ୍ରାଭିଶେକ,; ୨୩ ତାରିଖ ରବିବାର ଦିନ ଗୁରୁ ପୂଜ,ଗୋ ପୂଜା, ସୂର୍ଯ୍ୟ ପୂଜା,ଗୀତା ଯଜ୍ଞ, ପୂର୍ଣ୍ଣାହୁତି ପୂର୍ବକ ଦଶଦାନ ବିଧାନ,୨୪ ପ୍ରହର ହରି ନାମ ସଂକାର୍ତ୍ତନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ୭୦୦ ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ପବିତ୍ର ଖଡଖାଈ ନଦୀକୂଳରେ ଶୌଚ ସାରି ନବ ପିତଵସ୍ତ୍ର ପରିଧାନ କରି ମଥାରେ ଜଳ କୁମ୍ଭ ଧରି ରାଇରଙ୍ଗପୁର ସହର ପରିକ୍ରମା କରି ମନ୍ଦିରରେ ପ୍ରବେଶ କରିଥିଲେ । ଆକର୍ଷଣୀୟ ନୃତ୍ୟ ଓ ଡିଜେଲ ଵଜାଇବାସହ ହର‌ହର ମହାଦେବ,ଦେଶ ଦେଶ ମହାଦେବ ,ଓମ୍ ନମ୍ଃ ଶିବାୟ ଧାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ରାଇରଙ୍ଗପୁର ସହର । ସମସ୍ତ ପୂଜାବିଧି ରୀତିନୀତି ଅନୁସାରେ ପୁରୀର ର ମହାନ ବିଦ୍ୱାନ ଶାସ୍ତ୍ରୀୟ ପଣ୍ତିତ ସତ୍ୟନାରାୟଣ ତ୍ରୀପାଠୀ, ଶ୍ରୀକାନ୍ତ ନନ୍ଦ,ରୂପକ ହୋତା, ରାଧାକାନ୍ତ ଷଡ଼ଙ୍ଗୀ,ପ୍ରତାପ ମିଶ୍ର, ରଶ୍ମିରଞ୍ଜନ ରଥ, ରାଇରଙ୍ଗପୁର ର ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ ଏବଂ ଅନ୍ୟ ସହଯୋଗୀ ସମସ୍ତ ପୂଜାବିଧି ରୀତିନୀତି ଅନୁସାରେ ଆଗେଇ ନେଇଥିଲେ ।କର୍ତା ହିସାବରେ କାଳୀଚରଣ ସାହୁ,ରାଜୁ ଵେହେରା , ବୁଦ୍ଧିଆ ସାହୁ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ଵ ର ସହ ଉପଵେଶନରେ ବସି ପୂଜା ଦାୟିତ୍ୱ ନିଭାଇଥିଲେ । ମନ୍ଦିରକୁ ଆକର୍ଷଣୀୟ ଫୁଲମାଳ ଓ ଆଲୋକସଜ୍ଜା ରେ ସଜା ଯାଇଥିଲା ।,ମନ୍ଦିର ସମ୍ମୁଖରେ ୨୪ ପ୍ରହର ହରିରାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା । ଝାଡ଼ଖଣ୍ଡ ରାଜ୍ୟର ୩ ଟି , ପଶ୍ଚିମବଙ୍ଗର ୨ ଟି ଏବଂ ଓଡ଼ିଶାର ୧ ଏକ ଖ୍ୟାତନାମା ମହିଳା ସଂକୀର୍ତ୍ତନ ଦଳ ସେମାନଙ୍କ ନାମ ସଂକୀର୍ତ୍ତନ ଉଚ୍ଚାରଣ, ନୃତ୍ୟ ଓ ଭଜନରେ‌ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ପ୍ରତିଦିନ ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ଦୁଇ ଓଳି ବଣ୍ଟନ କରା ଯାଉଥିଲା । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମୟୂରଭଞ୍ଜ,କେନ୍ଦୁଝର,ରାଉରକେଲା ପ୍ରମୁଖ ଅଂଚଳରୁ ହଜାର ହଜାର ଶୈବ ଭକ୍ତ,ଶ୍ରଦ୍ଧାଳୁ ଏବଂ ମାନସିକଧାରୀ ଆସି ପୂଜାର୍ଚ୍ଚନା କରିବା ସହ ବାବା,ମା’ ଙ୍କ ଆଶୀର୍ବାଦ ନେଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ବିଶ୍ବାସ ଅଛି ଏଠାକୁ ଯିଏ ଆସି ପୂଜାର୍ଚ୍ଚନା କରନ୍ତି ସେମାନେ ନିଷ୍ଠା ହୁଅନ୍ତି ନାହିଁ । ମନ୍ଦିର କମିଟି ଏବଂ ଗ୍ଢ ଗ୍ରାମବାସୀ ଦିନରାତି ଏକ କରି ମନ,ମନ ଓ ଧନ ଏକାଠି କରି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶୃଙ୍ଖଳା ର ସଂପନ୍ନ କରିଛନ୍ତି ।ସାଧାରଣରେ ଶ୍ରଦ୍ଧାଳୁଙ୍କ ତରଫରୁ ସାଧୁବାଦ ଜଣାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

 

 

;

Related posts

ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଙ୍କର ୩୬ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

କାଙ୍କେରୀ ଗ୍ରାମରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଦଶରା ଯାତ୍ରା

Sunil Chandra Nayak

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!