ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଜି ଯାଇଥିବା କ୍ୟାମେରା ବ୍ୟାଗ ଫେରି ପାଇଲେ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ 

ହଜି ଯାଇଥିବା କ୍ୟାମେରା ବ୍ୟାଗ ଫେରି ପାଇଲେ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ 

କଟକ : ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଗତ ଫେବୃଆରୀ ୧୫ ତାରିଖ ଶନିବାର ଦିନ କୁମ୍ଭ ମେଳାରୁ ଫେରୁଥିବା ବେଳେ ୟୁ.ପି. ବାରାଣାସୀ ଷ୍ଟେସନ ସମ୍ମୁଖରେ ଏକ ଟେମ୍ପୁ ଗାଡ଼ିରୁ ଓଲ୍ହାଇବା ସମୟରେ ତାଙ୍କ କ୍ୟାମେରା ବ୍ୟାଗ ଟିକୁ ଗାଡ଼ିରେ ଛାଡି ଦେଇଥିଲେ । ଗୋଟେ ଏୟାର ବ୍ୟାଗ ଭିତରେ ଗୋଟିଏ ଡ଼ିଏସଏଲଆର କ୍ୟାମେରା ସହିତ ଦୁଇଟି ମୋବାଇଲ ଚାର୍ଜର, ୪ଟି ହେଡ଼ କ୍ୟାପ,ଗୋଟେ ମଙ୍କି କ୍ୟାପ ଓ ଗୋଟେ ଗାମୁଛା ଥିଲା ଟେମ୍ପୁ ଟି ଚାଲି ଯିବା ପରେ ହଠାତ ତାଙ୍କର ମୁଣ୍ଡ କିଛି କାମ କରି ନଥିଲା ସେଇ ସମୟରେ ତାଙ୍କ ସହିତ ଥିବା ତାଙ୍କର ବନ୍ଧୁ ବଡ଼ଭାଇ ଅବସର ପ୍ରାପ୍ତ ପୋଲିସ ଅଫିସର ଜଗନ୍ନାଥ ପରିଡାଙ୍କ ସେଇ ରୋଡ଼ରେ ଲାଗିଥିବା ସି.ସି.ଟିଭି କ୍ୟାମେରା ଉପରେ ନଜର ପଡିଥିଲା ତତକ୍ଷଣାତ ସେ ଷ୍ଟେସନ ସମ୍ମୁଖ ବସ ଷ୍ଟାଣ୍ଡ ଭିତରେ ଥିବା ରୋଡ଼ ଓଏଜ ସିଗ୍ରା ଥାନାରେ ଅଭିଯୋଗ କରିଥିଲେ ପରେ ଥାନା ଅଫିସର ସୁଧୀର ବାବୁ ତାଙ୍କୁ କିଛି ଦୂରରେ ଥିବା ତ୍ରିନୟନ ସେଣ୍ଟରରୁ ସି.ସି.ଟିଭି ଫୁଟେଜ ବାହାର କରି ଆଣିବାକୁ ନିର୍ଦେଶ ଦେଇଥିଲେ । ତାପରେ ସେ ଆଉ ତାଙ୍କର ଦୁଇଜଣ ବନ୍ଧୁଙ୍କ ସହିତ ତ୍ରିନାୟନ ସେଣ୍ଟର କୁ ଯାଇ ସି. ସି. ଟିଭି ଫୁଟେଜରେ ଟେମ୍ପୁ ନଂ ଓ ଠିକଣା ବାହାର କରି ଆଣିବା ପରେ ପୋଲିସ ଅଫିସର ତାଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ କିନ୍ତୁ ଟେମ୍ପୁ ଵାଲାର ମୋବାଇଲ ସୁଇଜ ଅଫ ଥିବାରୁ ଟ୍ୱେମ୍ପୁର କୌଣସି ସନ୍ଧାନ ମିଳି ନଥିଲା, ଶେଷରେ ସେଦିନ ଥାନାରେ ଅଭିଯୋଗ ପତ୍ର ଦେଇ ସେ ନିରାଶ ହୋଇ ଘରକୁ ଫେରିଥିଲେ । ଗତ ଫେବୃଆରୀ ୧୮ ତାରିଖରେ ଘରେ ପହଁଚିବା କିଛି ସମୟ ପରେ ବାରଣାସୀ ସିଗ୍ରା ଥାନା ଅଫିସର ସୁଧୀର ବାବୁ ଫୋନ କରି କହିଲେ ସରୋଜ ବାବୁ ଆପକା ସାମାନ ମିଲଗେୟା ଆପ ଥାନେ ସେ ଆକେ ଲେ ଜାନା । ଟେମ୍ପୁରେ ଛାଡିଥିବା କ୍ୟାମେରା ଓ ଅନ୍ୟାନ୍ୟ ଜିନିଷ ଫେରି ପାଇବେ ବୋଲି ସେ ଆଶା ହରେଇ ବସିଥିଲେ କିନ୍ତୁ ୟୁପି ରେ ଯୋଗୀ ଆଦିତ୍ୟ ନାଥ ସରକାର ଓ ବାରଣାସୀ ପୋଲିସଙ୍କ ନିଷ୍ଠାପର କାର୍ଯ୍ୟପାଇଁ ସେ ଆଜି ତାଙ୍କ ଜିନିଷ ଫେରିପାଇବା ସହିତ ସମସ୍ତଙ୍କୁ ତାଙ୍କର ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପ୍ରୟାଗରାଜ ରାଜରୁ ବନାରସ ବୁଲିବାକୁ ଯାଇଥିବା ତାଙ୍କର ବନ୍ଧୁ ସାନଭାଇ ଚିତ୍ତରଞ୍ଜନ ଦାସ (ପୂର୍ବତନ କର୍ପୋରେଟର ତଥା ବିଜେପି ନେତା)ଙ୍କ ସହିତ ଫୋନରେ କଥା ହୋଇ ସେଠୁ ଥାନାରୁ ଜିନିଷ ଆଣିବା ପାଇଁ ଅନୁରୋଧ କରିଥିଲେ ତତକ୍ଷଣାତ ବନ୍ଧୁ ଚିତ୍ତରଞ୍ଜନ ଥାନାରେ ପହଞ୍ଚି ଉକ୍ତ ଅଫିସରଙ୍କୁ ଦେଖାକରି ତାଙ୍କ ନିଜର ସମସ୍ତ ପରିଚୟ ଦେଇ ଥାନାରୁ ସମସ୍ତ ଜିନିଷ ଆଣି ଫଟୋ ସାମ୍ବାଦିକ ସରୋଜ ମଲ୍ଲିକଙ୍କ ଘରେ ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ 

masiha

5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର , ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

Sunil Chandra Nayak

Leave a Comment

error: Content is protected !!