ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

ତେନ୍ତୁଳିଖୁଣ୍ଟି-୨୭/୦୨/୨୫ // ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ଓ ମେଗା ଉଠା ଜଳ ସେଚନ ପ୍ରକଳ୍ପ ବହୁ କୋଟି ଟଙ୍କା ବ୍ୟୟ ବରାଦ ରେ ଜାରୀ ରହିଛି । ଏହି ସବୁ ପ୍ରକଳ୍ପ କରୁଥିବା ଏଯେନ୍ସି ଗୁଡ଼ିକ ର କାର୍ଯ୍ୟ ଶୈଳୀ ରେ ଜନତା ହନ୍ତ ସନ୍ତ୍ । କେବେ ଏସବୁ ପ୍ରକଳ୍ପ ର ସୁଫଳ ମିଳିବ ପ୍ରଶ୍ନ ବାଚୀ ହୋଇ ରହିଛି କାରଣ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯେଉଁ ଅବଧି ସୁଦ୍ଧା କାର୍ଯ୍ୟ ଶେଷ କରିବ ଚୁକ୍ତି କରିଥିଲେ ତାହା ଗଡି ଦୁଇ ବର୍ଷ ଅତିରିକ୍ତ ହୋଇ ସାରିଲାଣି। କାର୍ଯ୍ୟର ଅବଧି ସମୟ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ପାଣି ଯୋଗାଇବାରେ ସକ୍ଷମ ହୋଇପାରିନାହିଁ ସେପଟେ ସରକାରଙ୍କ ଜରିମାନାରେ ଦଣ୍ଡିତ ହୋଇଥିବା ଜଣାପଡିଛି। ସେପଟେ ଜୋ ରୀମାନା ଯୋଗୁଁ କ୍ଷତି ହେଉଛି ବୋଲି କାମ ଖୁବ୍ ମନ୍ଥର କରି ଦେଇଛି। ସେପଟେ ଇନ୍ଦ୍ରାବତୀ ନବରଙ୍ଗପୁର ମୁଖ୍ୟ ରାସ୍ତାର ଲକିଗୁଡା ଠାରେ ଅନବରତ 5/6ଦିନ ହେଲା ପାଇପ ଫାଟି ଜଳ ନିଷ୍କାସନ ହେଉଅଛି ଏବଂ ଉକ୍ତ ଜଳ ପାର୍ଶ୍ୱରେ ଥିବା ଧାନଚାଷ ଜମିରେ ପଶି ଚାଷ ଜମି ରେ ପାଣି ଜମି ରହିଛି।ଠିକ ଏହିଭଳି ଲକିଗୁଡ଼ା ଓ କହ୍ନାଇମୁଣ୍ଡା ଠାରେ ଏୟାରବଲଭ୍ ରୁ ପାଣି ଅନବରତ ବାହରୁ ଥିବାବେଳେ ଡଙ୍ଗାସିଲ ଗାଦବାଗୁଡ଼ା ରାସ୍ତା କଡରେ ପାଣି ବାହାରି କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି।ଆଗକୁ ଗ୍ରୀଷ୍ମ ଋତୁରେ ଲୋକଙ୍କୁ ପାନୀୟ ଜଳର ଅଭାବ ଥିବା ବେଳେ ସମ୍ପୃକ୍ତ ମେଗା ପାନୀୟ ଜଳଯୋଗାଣ ର ରକ୍ଷଣା ବେକ୍ଷଣ ରେ ଥିବା କମ୍ପାନୀ ର ବେପରୁଆ ଯୋଗୁଁ ଏହିଭଳି ଅନେକ ସ୍ଥାନରେ ଜଳ ସଂପଦ ଲୋକଙ୍କ କାର୍ଯ୍ୟରେ ନ ଆସି ଅପବ୍ୟବହାର ହେଉଅଛି।ଗତ ଜିଲ୍ଲା ପରିଷଦ ବୈଠକରେ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରତିନିଧି ହେଲେ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟରମ୍ଭ ହେବା ଦିନରୁ ସ୍ଥାନୀୟ ଜନସାଧାରଣ କୌଣସି ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।ଏହାର ମୁଖ୍ୟ କାରଣ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ବଡ ବଡ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହୋଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ର ଅଧିକାରୀ ମାନେ ସ୍ଥାନୀୟ ଅଞ୍ଚଳରେ ନ ରହି ଦୂର ସହରରେ ରହି ନିୟନ୍ତ୍ରିତ କରିଥାନ୍ତି ଯଦ୍ୱାରା ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିବା ଦ୍ୱାରା ସାଧାରଣ ଲୋକଙ୍କ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରୁ ନିଜକୁ ଦୁରାଇବାରେ ସହଜ ହୋଇଥାଏ।ଅନେକ ସମୟରେ କମ୍ପାନୀ ଦ୍ୱାରା ପ୍ରଶାସନିକ ଚାପରେ ସାଧାରଣ ନିରୀହ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ମୁହଁ ଖୋଲି ପାରନ୍ତି ନାହିଁ।ଏମିତି ଏହି ଅଞ୍ଚଳ ରେ ଅନେକ ସମୟ ରେ ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ହେଉଥିଲେ ମଧ୍ୟ ସ୍ଥାନୀୟ କୁଶଳୀ ଅର୍ଦ୍ଧ କୁଶଳୀ ଲୋକମାନେ ସେହି ପ୍ରକଳ୍ପ କାର୍ଯ୍ୟ ରେ ନିୟୋଜିତ ହୋଇ ପାରୁନଥିବା ଅଭିଯୋଗ ହେଉଛି। ଗାଇଡ ଲାଇନ୍ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ବେଳେ ବ୍ୟକ୍ତିଗତ କ୍ଷେତତଥା ଚାଷ କ୍ଷତି ହେଲେ କ୍ଷତି ପୂରଣ ଚାଷୀ ଙ୍କୁ ଦିଆଯାଉନାହିଁ।

ପୁଣି କୌଣସି ଲୋକଙ୍କ ଧନ ଜୀବନ ନଷ୍ଟ ହେବା ବେଳେ ଏହି କମ୍ପାନି ର କାହା ଆଗେ ଗୁହାରି କରିବ ସେ ଏକ ବିରାଟ ପ୍ରଶ୍ନ ।କାର୍ଯ୍ୟ ଆରମ୍ଭ କରୁଥିବା ଘରୋଇ ଠିକା ସଂସ୍ଥା ସ୍ଥାନୀୟ ନେତା, ପୋଲିସ,ଜିଲ୍ଲା ପ୍ରଶାସନ ର ମୁହଁ ବନ୍ଦ କରି ଅନେକ ସମୟରେ ସର୍ବସାଧାରଣ ଙ୍କୁ ଅନ୍ଧାରରେ ରଖି ହରିଲୂଟ କରୁଥିବାର ଅଭିଯୋଗ ରହିଛି।ଉଦାହରଣ ସ୍ୱରୂପ ମେଗା ଉଠା ଜଳସେଚନ ପ୍ରକଳ୍ପ ର ଗରୀବ ଚାଷୀ ଙ୍କ ଜମିରେ ଗଭୀର ଗାତ ଖୋଳି ପାଇପ ଲାଇନ ବିଛାଇ ଚାଲିଛି ହେଲେ ନିରୀହ ଚାଷୀ ଜଳକା ପରି ଚାହିଁ ରହିଛି।ଆଗାମୀ ଦିନରେ ସେହି ଜମିରେ ଚାଷ ପାଇଁ ନା ଟ୍ରାକ୍ଟର ଯିବା ନା ହଳ କରିବା ସମ୍ଭବ ହେବ? ଏ ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ ଓ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ସମ୍ପୃକ୍ତ କମ୍ପାନୀ ଚୁପ ମାରି ବସିଛନ୍ତି।ଏଣୁ ଏହି ସବୁ କାର୍ଯ୍ୟକାରୀ ପ୍ରକଳ୍ପ ଗୁଡିକ ଉପରେ ସ୍ଥାନୀୟ ପ୍ରଶାସନ, ନିର୍ବାଚିତ ଜନ ପ୍ରତିନିଧି ଦୃଷ୍ଟି ଦେବା ସହ ରାଜ୍ୟ ସରକାର ହସ୍ତକ୍ଷେପ କରି ସମାଧାନ ସହ ସାଧାରଣ ଲୋକଙ୍କ ହିତ ରେ ସହାୟକ ହେବାକୁ ସାଧାରଣରେ ଦାବୀ ହୋଇଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

Sunil Chandra Nayak

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

masiha

Leave a Comment

error: Content is protected !!