ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

 ଖଡ଼ିଆଳ ସ୍ଥିତ ମହିଳା କଲେଜ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ) ଖଡିଆଳ ବ୍ଲକ ତରଫରୁ ନୂତନ ଭାବରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବ୍ଲକ ସଭାପତି ଗଣେଷ ଚନ୍ଦ୍ର ଦୁବେ ସଭାପତିତ୍ବ କରିଥିବା ବେଳେ ବ୍ଲକ ସମ୍ପାଦକ ପୁରୁଷୋତମ ସଗରିଆ, ଜିଲ୍ଲା ସଭାପତି ଅଶୋକ କୁମାର ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ଶିକ୍ଷକ ନରେଶ କୁମାର, ରାଜଲକ୍ଷ୍ମୀ ମାଝୀ, ଜଗଦୀଶ ଚନ୍ଦ୍ର ଫୁଲ, ଦେବୀଲାଲ ନାଗ, ବିଭବ ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାଫର ମହମ୍ମଦ, ସିଲୁ ମହାନନ୍ଦ, କ୍ଷୀରୋଦ ଗହୀର, ଲକ୍ଷ୍ମୀନାରୟଣ ସାହୁ, ପ୍ରକାଶ କୁମାର ଠାକୁର, ଓମ ପ୍ରକାଶ ଚଲାନ, କ୍ଷେତ୍ରବାସୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷକ ସଂଘର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା ଅନୁଷ୍ଠିତ

Sunil Chandra Nayak

ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

Sunil Chandra Nayak

Leave a Comment

error: Content is protected !!