ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରପାଳିକା ଓ ଅଲ ସିଡ୍ୟୁଲଡ କାଷ୍ଟ ଫେଡେରେସନର ନିଆରା ପଦକ୍ଷେପ ଉନ୍ମୋଚିତ ହେଲା ସମ୍ବିଧାନ ପ୍ରତିକୃତୀ ଓ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

ପୌରପାଳିକା ଓ ଅଲ ସିଡ୍ୟୁଲଡ କାଷ୍ଟ ଫେଡେରେସନର ନିଆରା ପଦକ୍ଷେପ

ଉନ୍ମୋଚିତ ହେଲା ସମ୍ବିଧାନ ପ୍ରତିକୃତୀ ଓ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

 ଭବାନୀପାଟଣା,୨୮/୦୨  ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନର ଦାବି ଓ ଅନୁରୋଧକୁ ସଫଳ ରୂପ ଦେଇଛି ଭବାନୀପାଟଣା ପୌର ପରିଷଦ। ଫେଡେରେସନର କର୍ମକର୍ତ୍ତା ଓ ଜିଲ୍ଲାର ହଜାର ହଜାର ଆମ୍ବେଦକର ପ୍ରେମୀ ଓ ସମ୍ବିଧାନ ପ୍ରେମୀ ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଭବାନୀପାଟଣା ନକ୍ଟିଗୁଡା ଛକରେ ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଭବ୍ୟ ପ୍ରତିମୂର୍ତ୍ତି ସହିତ ସମ୍ବିଧାନର ସୁଦୃଶ୍ୟ ପ୍ରତିକୃତିକୁ ଆଜି ଅତିଥିମାନେ ଉଦଘାଟନ କରିଛନ୍ତି। ବରଗଡ଼- ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ତଥା ଭବାନୀପାଟଣା ସହର ମଧ୍ୟସ୍ଥ ନକ୍ଟିଗୁଡା ଛକରେ ପୂର୍ବରୁ ମଧ୍ୟ ବାବାସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। କିନ୍ତୁ ସମୟ କ୍ରମେ ରାସ୍ତା ପ୍ରଶସ୍ତିକରଣ ଓ ସହରର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ଫେଡେରେସନ ପକ୍ଷରୁ ବାବା ସାହେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ବିଚାରକୁ ନିଆଯାଇ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନକ୍ଟିଗୁଡା ଛକରେ ବାବାସାହେବଙ୍କ ଭବ୍ୟ ପ୍ରତିମୂର୍ତ୍ତି ସହିତ ସମ୍ବିଧାନ ପୁସ୍ତକର ଏକ ସୁଦୃଶ୍ୟ ପ୍ରତିକୃତୀ ସ୍ଥାପନ କରାଯାଇଛି। ଆଜି ଏହାର ଉନ୍ମୋଚନ ସହିତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମୁନୀନ୍ଦ୍ର ହୋନ୍ନାଗା, ପୌର ନିର୍ବାହୀ ଅଧିକାରୀ ଡା. ସତ୍ୟ ସମ୍ପର୍ଣ୍ଣା ରାଉତ, ପୌର ଯନ୍ତ୍ରୀ ବୀର ସିଂ ବିରୋଲି, କନିଷ୍ଠ ଯନ୍ତ୍ରୀ ରାଧାନାଥ ରାୟ, ଫଗୁ ମାର୍ଣ୍ଡି, କାଉନସିଲର ରଂଯୁକ୍ତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଉପଦେଷ୍ଟା ପ୍ରେମାନନ୍ଦ ବାଗ, ଯୋଗେଶ୍ୱର ସାଗର, ବସନ୍ତ ନାଏକ, ରାମ ନାଏକ, କାର୍ଯ୍ୟକାରୀ ସଭାପତି ଋଷିସୁଦନ ଛତ୍ରପାଲ, ନଗର ସଭାପତି ପୃଥ୍ୱୀରାଜ ଛତ୍ରିଆ, ବିଶିଷ୍ଟ ଆମ୍ବେଦକରବାଦୀ ସୁଗ୍ରୀବ ଦୀପ, ବିଭୀଷଣ ନାଏକ, ରଜନୀକାନ୍ତ ସମର୍ଲିଆ, ନାଦରାଜ ନାଏକ, ଲକ୍ଷ୍ମଣ ମେହେର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉଦଘାଟନ ପର୍ବରେ ସାମିଲ ହୋଇଥିଲେ। ସେହିପରି ଅନୁଷ୍ଠିତ ଉଦଘାଟନୀ ସଭାରେ ନକ୍ଟିଗୁଡା ଛକକୁ ସମ୍ବିଧାନ ଛକ ଭାବେ ନାମିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ଅବସରରେ ଫେଡେରେସନର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ବହୁସଂଖ୍ୟକ ଆମ୍ବେଦକର ପ୍ରେମୀ ଓ ସମ୍ବିଧାନ ପ୍ରେମୀ ଜନ ସାଧାରଣ ଉପସ୍ଥିତ ରହିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

 

Related posts

JCI demands DGP to make public the list of nodal officers for redressal of problems of journalists

masiha

ପ୍ରବାସୀ ଭାରତୀୟ ଦିବସ ପାଳନ 

masiha

ନବଜୀବନ ଯୁବ ଅନୁଷ୍ଠାନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା 

Leave a Comment

error: Content is protected !!