ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

ଭବାନୀପାଟଣା: ତା 22.2.2025 ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ସହକାରୀ ନିର୍ଦ୍ଦେଶକ ଜିଲ୍ଲା ଆର୍ଥିକ ସେବା ଓ ସ୍ଵଳ୍ପ ସଞ୍ଚୟ ବିବେକାନନ୍ଦ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ସୁଶାନ୍ତ ପାଣିଗ୍ରାହୀ ଚିଟଫଣ୍ଡ କମ୍ପାନୀ ରେ ଟଙ୍କା ବିନିଯୋଗ କରିବାର ଅପକାରିତା , ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଜୀବନ ବୀମା ଅଟଳ ପେନସନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ asst.postal superintendent ବି କେ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ, ବରିଷ୍ଟ ସାମ୍ବାଦିକ କାର୍ତ୍ତିକେ ଶ୍ୱର ନନ୍ଦ ,ପି. ଏଲ୍ ଉନ୍ନୟନ ଅଧିକାରୀ , ଅଭିଷେକ ପଣ୍ଡା ଙ୍କ ସମେତ ମିଶନ ଶକ୍ତି ମଣ୍ଡଳୀ ଓ ଅଙ୍ଗନବାଡି କର୍ମକର୍ତ୍ତା ସମେତ 110 ଜଣ କର୍ମୀ ଯୋଗଦେଇଥିଲେ । 

( ମ ନି ସ୍ ) 

Related posts

ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

masiha

ବସୁଧା ଯୋଜନାର ଘରେଇ ପିଇବା ପାଣିକୁ ଗାଁ ଲୋକଙ୍କ ଦ୍ୱାରା ଅପବ୍ୟବହାରକୁ ନେଇ ସରପଞ୍ଚଙ୍କ ବଳିଷ୍ଟ ପଦକ୍ଷେପ

masiha

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!