ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:( ୧.୩.୨୦୨୫ )(ରବି ନାରାୟଣ ମହାନ୍ତି) ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସଭାରେ, ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକ ଙ୍କ ସହ କାର୍ଯ୍ୟ କରିଥିବା କାର୍ଯ୍ୟଶୈଳୀ ଅନୁଭୂତି କୁ ମନେ ପକାଇ ପ୍ରଶଂସା କରିଥିଲେ l ନବରଙ୍ଗପୁର ଜିଲ୍ଲା ରେ ଶ୍ରୀ ନାୟକ ଙ୍କ ରହିବା ମଧ୍ୟରେ ତାଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l ପ୍ରକାଶ ଥାଉକି ଶ୍ରୀ ନାୟକ ଙ୍କୁ ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ର ପ୍ରଶାସକ ଭାବେ ବଦଳି ହୋଇଛି l ଶ୍ରୀ ନାୟକ ଙ୍କ ବାକି ଚାକିରୀ ସମୟ ଶୁଭଙ୍କର ହେଉ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ମୀରା ନାୟକ, ସହକାରୀ ଜିଲ୍ଲାପାଳ ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଅଜୟ ନାୟକ, ସତ୍ୟନାରାୟଣ ସାହୁ, ଉଲମ୍ଫା ଭତ୍ରା, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ,ବିଶ୍ୱଜିତ ମହାନ୍ତି, ସୁରଚି ବେହେରା, ସୀତାରାମ ବେହେରା, ପ୍ରଣତି ମାଝୀ, ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ କବିତା ବ୍ରହ୍ମା, ନୀଳକଣ୍ଠ ରାଜୁ, ନୀଳକଣ୍ଠ ମହାପାତ୍ର, ସୌରଭ ଦାସ, ମନୋଜ ପଣ୍ଡା, ରାମକୃଷ୍ଣ ପୂଜାରୀ, ପ୍ରିୟଙ୍କା ପାତ୍ର, ରିନା ପାତ୍ର, ରମ୍ଭା ବିଶୋଇ, ବୁଚି ପାତ୍ରାଣି, ଜୋସ୍ନା ଚୌଧୁରୀ ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। 

( ମ ନି ସ ) 

Related posts

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

masiha

ବଳଦିଆମାଳ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ 

masiha

Leave a Comment

error: Content is protected !!