ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପୁର, ସିକେରକୁପା ସେକ୍ସନ ପାଲଟିଛି ଦୁର୍ନୀତିର ଗନ୍ତାଘର  ଜୟପାଟଣାରେ ପରେ ଲାଞ୍ଜିଗଡ ବ୍ଲକରେ ବଢିଲା ଇଡି ରେଡ ଆଶଙ୍କା 

ବିଜେପୁର, ସିକେରକୁପା ସେକ୍ସନ ପାଲଟିଛି ଦୁର୍ନୀତିର ଗନ୍ତାଘର 

ଜୟପାଟଣାରେ ପରେ ଲାଞ୍ଜିଗଡ ବ୍ଲକରେ ବଢିଲା ଇଡି ରେଡ ଆଶଙ୍କା 

ଲାଞ୍ଜିଗଡ, ୦୧/୦୩(ମନିସ)-ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଜୟପାଟଣା ବନାଞ୍ଚଳରେ ଇଡି ରେଡ କରିବା ପରେ ଏବେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ଓ ବିଜେପୁର ସେକ୍ସନରେ ଇଡି ରେଡ ଆଶଙ୍କା ବଢ଼ିବାରେ ଲାଗିଛି। ଉଭୟ ସେକ୍ସନରେ ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବାବେଳେ ଯେ କୌଣସି ମୁହୂର୍ତ୍ତରେ ଭିଜିଲାନ୍ସ କିମ୍ବା ଇଡି ରେଡ ପଡିପାରେ ବୋଲି ଆଶଙ୍କା କରାଯାଉଛି। ଉଭୟ ସେକ୍ସନର ଫରେଷ୍ଟରମାନଙ୍କ ସହିତ ଫରେଷ୍ଟ ଗାର୍ଡ ଓ ଅସ୍ଥାୟୀ କର୍ମଚାରୀମାନଙ୍କ ମିଲିଭଗତରେ ଏହି ହରିଲୁଟ ଚାଲିଥିବାବେଳେ ରେଞ୍ଜ ଅଫିସରରୁ ଅତିରିକ୍ତ ବନ ସଂରକ୍ଷକ ପଦୋନ୍ନତି ପାଇ ଏଠାରେ ଆସ୍ଥାନ ଜମାଇଥିବା ଅଧିକାରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେଉଛି। ଏପରିକି ଏଇ କିଛି ଦିନ ତଳେ ଲାଞ୍ଜିଗଡ ପଂଚାୟତ ସମିତି ବୈଠକରେ ବନବିଭାଗର ଏହି ଦୁର୍ନୀତିକୁ ନେଇ ଜନ ପ୍ରତିନିଧିମାନେ ଗଭୀର କ୍ଷୋଭ ବ୍ୟକ୍ତ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଆଣିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ଓ ବିଜେପୁର ସେକ୍ସନ ଓ ବିଟଗୁଡ଼ିକୁ ଆସିଥିବା ମନରେଗା ସମେତ ବିଭିନ୍ନ ଯୋଜନାର ଭିଜିଲାନ୍ସ କିମ୍ବା ଇଡି ଯାଞ୍ଚ କରାଯାଉ ବୋଲି ଜନ ପ୍ରତିନିଧି ସମୁହ ଦାବି କରିଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କକାହାଣ୍ଡି ପାଇଁ -ରବିଶଙ୍କର ସୁନାନୀ ଙ୍କୁ ସଭାପତି ଏବଂ ପଟୱାନ୍ତ ସିଂ ଙ୍କୁ ଜର୍ଯ୍ୟକାରୀ ସଭାପତି ଭାବେ ମନୋନୀତ

masiha

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

ଛୋରିଆଗଡ ଠାରେ ଲୋକକଳା ପାଇଁ ଦିନଟିଏ ପାଳିତ

masiha

Leave a Comment

error: Content is protected !!