ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲିପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଖଲିପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

 ବେଲପଡା ବ୍ଲକ ଖଲିପଥର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ସ୍କୁଲର ପ୍ରଧାନ ଶିକ୍ଷକ ଗୋଲାପ କୁମାର ବିଶ୍ୱାଳ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉକ୍ତ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ସି ଆର ସି ଶ୍ରୀ ଦିନବନ୍ଧୁ ତାଣ୍ଡି ମୁଖ୍ୟ ବକ୍ତାଭାବେ ଭେଙ୍କେତ ରମଣ ମେହେର,.ସମ୍ମନୀତ ଅଥିତି ଭାବରେ ପରିଚାଳନା କମିଟି ସଭାପତି ଶ୍ରୀ କୈଳାସ ମେହେର .ଭୁଲିଆବନ୍ଧ ଗାଁ ସ୍କୁଲର ଶିକ୍ଷକ ଶ୍ରୀ ସୁଶାନ୍ତ ଭୋଇ ପ୍ରମୁଖ ମଞ୍ଚାସିନ ହୋଇଥିଲେ |ପ୍ରଥମ ଅଧିବେଶନ ରେ ଶିକ୍ଷକ ଶ୍ରୀ ହରିଶ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା |ବରିଷ୍ଠ ଶିକ୍ଷକ ଶ୍ରୀ ପଞ୍ଚାନନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଛାତ୍ରୀ ନିରୁ; ଯଞ୍ଜ, ସୁହାନା, ମୀର ପରିଚାଳନା କରିଥିଲେ. l ବିଦ୍ୟାଳୟ ର ଶିକ୍ଷକ ରମାକାନ୍ତ ମେହେର, ସନ୍ୟାସୀ ହଂସ, ହରେଶ ସାହୁ, ଅକ୍ଷୟ ନାଗ, ମାଧୁରୀ ବାରିକ, ଲଷ୍ମୀପ୍ରିୟା କୁମ୍ଭାର, ରଘୁନାଥ ଦାସ, ହଳଧର ନାଗ ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ବିକଶିତ କୃଷି ସଂକଳ୍ପ ଅଭିଯାନ

masiha

ପ୍ରକାଶ ପାଇଲା ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’

Sunil Chandra Nayak

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

Sunil Chandra Nayak

Leave a Comment

error: Content is protected !!