ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

ନର୍ଲା ବ୍ଲକ ଅନ୍ତର୍ଗତ ତୁଳା ଗାଁ କ୍ଲଷ୍ଟର ର ବୁଦେଲ୍ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଗୁଣନିଧି ପଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି ଆର୍ ଶିଶି ଶ୍ରୀ ଗୋବର୍ଦ୍ଧନ ମାଝୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅନ୍ୟତମ ଅତିରିକ୍ତ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ତୁଳା ଗାଁ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ସାହୁ, ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶିକ୍ଷକ ଅବସର ପ୍ରାପ୍ତ କୀର୍ତ୍ତନ ନାଗ୍, ଅନ୍ୟତମ ଅବସର ପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ଗହିର, ବେହେରା ପାଟି ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ର ଲେଖା ମହାପାତ୍ର, ସହଦେବ କରୁଆଁ, ସମାଜ ସେବୀ ନରସିଂହ ଥପା, ଗ୍ରାମ ର ଗୌନ୍ତିଆ କୃଷ୍ଣ ଚନ୍ଦ୍ର ମାଝୀ, ବିଦ୍ୟାଳୟ ସଭାନେତ୍ରୀ ମମତା ମାଝୀ ଓ ମୁଖ୍ୟ ବକ୍ତା ଭାବେ ତୁଳା ଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଚ୍ୟୁତ ବାରିକ ଯୋଗ ଦେଇ ଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରକରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମଞ୍ଚ ପରିଚାଳନା ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ କରି ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ ମଞ୍ଚ ପରିଚାଳକ ଶିକ୍ଷକ ଲଳିତ ଭୋଇ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ର ସହଯୋଗ ସହ ଶିକ୍ଷକ ଅଭୟ କୁମାର ନାଏକ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ରାଜପୁର ଦଳ ବିଜୟୀ

Sunil Chandra Nayak

୧- ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ,୨- ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ , ୩- ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

Sunil Chandra Nayak

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

Sunil Chandra Nayak

Leave a Comment

error: Content is protected !!