ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଥେରୁବାଲୀ -ତା ୪ ମାର୍ଚ୍ଚ ୨୦୨୫  // କାରଖାନା ପରିସରରେ ଓ ପରିସର ବାହାରେ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଥିବା ଇମ୍ଫା ଥେରୁବାଲି ତରଫରୁ ଆନୁଷ୍ଠାନିକ ଭାବେ ଆଜି କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ର ଶୁଭାରମ୍ଭ ହୋଇଛି, ଯାହା ସ୍ଥାନୀୟ କାର୍ଯ୍ୟସ୍ଥଳରରେ ସୁରକ୍ଷା ଦିଗରେ ଏହାର ଏକନିଷ୍ଠ ପ୍ରତିବଦ୍ଧତାକୁ ପରିପ୍ରକାଶ କରିଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀମାନ୍ ବିନୀତ ଷଡଙ୍ଗୀ , ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ ବିଭଗ , ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ର ଶୁଭାରମ୍ଭ ହେଲା ବୋଲି ଉଦଘୋଷଣା କରିଥିଲେ । 

ଉତ୍ସବରେ ଉପସ୍ଥିତ ସମସ୍ତ ଠିକା ଶ୍ରମିକ , ସ୍ଥାୟୀ ଶ୍ରମିକ , କର୍ମଚାରୀ , ବିଭାଗୀୟ ମୁଖ୍ୟ ସମୂହ , ସୁରକ୍ଷା ଶପଥ ଓଡିଆ , ଇଂରାଜୀ ଓ ହିନ୍ଦୀରେ ପାଠ କରିଥିଲେ । “ମୁଁ ସୁରକ୍ଷିତ ରହିବାକୁ ପ୍ରତିବଦ୍ଧ” ଉଲ୍ଲେଖ ଥିବା ଏକ ପ୍ରାଚୀର ପତ୍ରରେ ଦସ୍ତଖତ କରି ଏକ ସ୍ୱାକ୍ଷର ଅଭିଯାନ ର ଶୁଭରମ୍ଭ କରିଥିଲେ , ଯାହା କି ପ୍ରତିଟି ଶ୍ରମୀ ଓ କର୍ମଚାରୀ ଙ୍କ ସୁରକ୍ଷା ଏବଂ ଶାରୀରିକ ସୁସ୍ଥତା ପ୍ରତିଥିବା ବ୍ୟକ୍ତିଗତ ଦାୟିତ୍ୱକୁ ଉତ୍ସାହିତ କରିଥିଲା । 

ଏହି ଉତ୍ସବରେ ଇମ୍ଫା-ଥେରୁବାଲିର ଉପସଭାପତି-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ , ଶ୍ରୀମାନ୍ ଅଶିଷ କୁମାର ରାୟ , ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ “ ଦୈନନ୍ଦିନ ଜୀବନରେ ସୁରକ୍ଷା ସଂସ୍କୃତିକୁ “ ଆପଣେଇବାରେ ସମସ୍ତଙ୍କର ସମୁହ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ପ୍ରଦ୍ୟୁମ୍ନ ଅଚାର୍ଯ୍ୟ, ଇମ୍ଫାର ବରିଷ୍ଠ ପରିଚାଳକ (ସ୍ଵାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟ।ବରଣ) ସଂଯୋଜନା କରିଥିଲାବେଳେ , ଇମ୍ଫା,ଲୋକ ସମ୍ପର୍କ ବିଭାଗର ସହକାରୀ ପରିଚାଳକ ଶ୍ରୀମାନ୍ ଦୀପକ କୁମାର ଓଝା ଓ କନିଷ୍ଠ ଅଧିକାରୀ ଶ୍ରୀମାନ୍ ମାନସ ମହାପାତ୍ର ସହଯୋଗ କରିଥିଲେ ।ପରିଶେଷରେ ଇମ୍ଫା , ମୁଖ୍ୟ କାର୍ଯ୍ୟ।ଳୟରୁ ଆସିଥିବା , ସ୍ଵାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟ।ବରଣ ବିଭାଗର ମୁଖ୍ୟ ଶ୍ରୀମାନ୍ ଶ୍ରୀ ପି. ମହେଶ ଧନ୍ୟବାଦ ଜ୍ଞାପନ କରିଥିଲେ । 

ଆଜିର ଏହି ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଇମ୍ଫା-ଥେରୁବାଲୀର ସୁରକ୍ଷା ଉତ୍କୃଷ୍ଟତା, ବ୍ୟବସ୍ଥାପନା ସମ୍ମତି, ଏବଂ ପ୍ରତିକ୍ରିୟା ସଂକୁଳନ ପ୍ରତି ପ୍ରତିବଦ୍ଧତାକୁ ପୁନଃ ନିର୍ଦ୍ଦେଶ କରିଥିଲା, ଯାହା ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟସ୍ଥଳ ସୁନିଶ୍ଚିତ କରିବାରେ ସହଯୋଗୀ ହୋଇପାରିଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ 

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

masiha

Leave a Comment

error: Content is protected !!