ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚମ ଦିନରେ ପଟ୍ଟାମୁଣ୍ଡାଇ ସାମ୍ବାଦିକ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ  ଖୁବ୍ ଶୀଘ୍ର ସାମ୍ବାଦିକ ଙ୍କୁ ମିଳିବ ଗୃହ ପ୍ରତିଶ୍ରୁତି ଦେଲେ ପୌରପାଳିକା ନିର୍ବାହୀ ଅଧିକାରୀ

ପଞ୍ଚମ ଦିନରେ ପଟ୍ଟାମୁଣ୍ଡାଇ ସାମ୍ବାଦିକ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ 

ଖୁବ୍ ଶୀଘ୍ର ସାମ୍ବାଦିକ ଙ୍କୁ ମିଳିବ ଗୃହ ପ୍ରତିଶ୍ରୁତି ଦେଲେ ପୌରପାଳିକା ନିର୍ବାହୀ ଅଧିକାରୀ

 ପଟ୍ଟାମୁଣ୍ଡାଇ 04.03.2025 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କର କାର୍ଯ୍ୟାଳୟ ଯୋଗାଣ ଦାବିରେ ତା ୨୮/୨/୨୦୨୫ ରିଖ ଠାରୁ ସାମ୍ବାଦିକ ମାନେ ଗଣ ଧାରଣା ଆରମ୍ଭ କରିଥିଲେ।

ସାମ୍ବାଦିକ ମାନଙ୍କ ପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟାଳୟ ଯୋଗାଣ ନିମନ୍ତେ ଏହି ଦିବା ରାତ୍ର ଚାଲୁ ରହିବ ବୋଲି ଧାରଣାରତ ସାମ୍ବାଦିକ ମାନେ ପ୍ରକାଶ କରିଥିଲେ।

ଉକ୍ତ ଗଣଧାରଣା ରେ ନେତୃତ୍ୱ ନେଇଥିବା ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ ସଞ୍ଜୟ କୁମାର ପଣ୍ଡା ବ୍ରଜବନ୍ଧୁ ଦାଶ ସନ୍ତୋଷ କୁମାର ପତି ପ୍ରମୋଦ ଦାଶ ସୁଶାନ୍ତ କର ପ୍ରମୁଖ ସାମ୍ବାଦିକ ଗଣଧାରଣା ଆନ୍ଦୋଳନରେ ସାମିଲ ହେବା ସହିତ ଅନ୍ୟ ସାମ୍ବାଦିକ ଭାଇ ଓ ଭଉଣୀ ବି ଯୋଗ ଦେଇଥିଲେ। ।

ଏହି ଆନ୍ଦୋଳନ କୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ରାଜନେତା ସମାଜସେବୀ ଗଣ ସଙ୍ଗଠକ ସମର୍ଥନ ଜଣାଇ ଆନ୍ଦୋଳନକାରୀ ଙ୍କ ଶିବିରରେ ପହଞ୍ଚିଥିଲେ ।ଏମାନଙ୍କ ମଧ୍ୟରେ ସର୍ବେଶ୍ୱର ସେଠୀ ପ୍ରମୋଦ କୁମାର ଜେନା ଅବିନାଶ ଲେଙ୍କା ରବୀନ୍ଦ୍ର ମହାନ୍ତି ଅନ୍ତର୍ଯ୍ୟାମୀ ମଳିକ ବିଜୟ କୁମାର ବିଶ୍ୱାଳ ସତ୍ୟପ୍ରିୟ ସାମଲ କଳ୍ପତରୁ ମଳିକ ରଞ୍ଜନ କୁମାର ପ୍ରଧାନ ପ୍ରଭାତ ପ୍ରଧାନ ସୁଧାଂଶୁ ଶେଖର ଜେନା ଈଶ୍ୱର ମଳିକ ତପ ରଞ୍ଜନ ବେହେରା ଅଜୟ କୁମାର ପ୍ରଧାନ କାନନବାଳା ଦାସ ସୁନାକର ପ୍ରଧାନ ଜ୍ୟୋତିପ୍ରକାଶ ପ୍ରଧାନ ସଞ୍ଜୟ କୁମାର ଧଳ ମିଟୁ ମନୋଜ ନାୟକ ସୌମ୍ୟ ରଞ୍ଜନ ଧଳ ସଞ୍ଜୟ କୁମାର ଦାସ ରାଜୀବ ଲୋଚନ ମିଶ୍ର ବିଜ୍ଞାନ ମିହିର ଜେନା ,କ୍ଷୀରୋଦ ଦଶ,ନଳିନୀ ବାବୁ,ସମେତ ସତାଧିକ ବ୍ୟକ୍ତି ଉପସ୍ଥିତ ରହି ସମର୍ଥନ ଜଣାଇ ଥିଲେ ।

ତୃତୀୟ ଦିନ ଗଣ ଧାରଣାରେ ୨୦ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ।ଆମ ଆନ୍ଦୋଳନକୁ ସମର୍ଥନ ଜଣାଇ ପଟ୍ଟାମୁଣ୍ଡାଇ ବାର ଆସୋସିଏସନ୍ ର ଉପସଭାପତି ସୁରେଶ କୁମାର ନରେନ୍ଦ୍ର, କୋଷାଧ୍ୟକ୍ଷ ଧୀରେନ୍ଦ୍ର ନାଥ ସାହୁ ଦୁଇଜଣ ଆମ ସହିତ ଆନ୍ଦୋଳନ କୁ ଆସି ସମର୍ଥନ ଦେଲେ। ପଞ୍ଚମ ଦିନ ରେ ଚଉଦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ବସି ଥିଲା ବେଳେ ପଟ୍ଟାମୁଣ୍ଡାଇ ପୌରପାଳିକା ର ନିଭାଇ ଅଧିକାରୀ ଙ୍କ ସହ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଆମରଣ ସ୍ଥଳ କୁ ଆସି ସାମ୍ବାଦିକ ଙ୍କ ସହ ଆଲୋଚନା କରିଥିଲେ।ସାମ୍ବାଦିକ ମାନଙ୍କ ଗଣଧାରଣାର ପଞ୍ଚମ ଦିବସରେ ଆଜି ଧାରଣା ସ୍ଥଳୀରେ ବିଜେପି ବିଧାୟକ ପାର୍ଥି ଲଳିତ ବେହେରା, ପଟ୍ଟାମୁଣ୍ଡାଇ ମୂନ୍ସିପାଲିଟି ନିର୍ବାହୀ ଅଧିକାରୀ , ଆଦର୍ଶ ଥାନା ଆଇଆଇସି, ରାଜନୈତିକ ନେତା ନିଶିକାନ୍ତ ପ୍ରଧାନ, ମିଟୁ ମନୋଜ ନାୟକ, ଅଶୋକ ସାହୁ, ବିଦ୍ୟାଧର ସେଠୀ, ସର୍ବେଶ୍ଵର ସେଠୀଙ୍କ ସମେତ ବହୁ ରାଜନୈତିକ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଧାରଣା କlରୀମାନଙ୍କ ସହିତ ଆଲୋଚନା କରାଯାଇ, ଜିଲ୍ଲାପାଳଙ୍କ ସହମତିରେ ଖୁବ୍ ଶୀଘ୍ର ସାମ୍ବାଦିକ ଭବନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆ ଯିବାରୁ ,ଧlରଣlକlରି ମାନେ ଗଣ ଧାରଣାକୁ ପ୍ରତ୍ୟାହାର କରିନେଇଛନ୍ତି। ଶେଷରେ ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ତରଫରୁ ପଟ୍ଟାମୁଣ୍ଡାଇ ଜନସାଧାରଣ ଆମ ପ୍ରତି ଭଲ ପାଇବା ପାଇଁ ଆମେ ଆମ ଗଣଧାରଣା ରେ ସଫଳ ହେଲୁ ବୋଲି ସାମ୍ବାଦିକ ମାନେ କହିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ବାଇକକୁ ପଛ ଆଡୁ ଧକ୍କା ଦେଲା ବାଇକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!