ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

ଭବିତବ୍ୟ

 ଜ୍ୟୋତ୍ସ୍ନା ରାଣୀ ଦେବୀ

 

କାଚକାନ୍ଥ ଯେବେ ଅସ୍ପଷ୍ଟ ହୁଅଇ ନ ଦିଶଇ ବାଟଘାଟ

ଅଫେରନ୍ତା ନଈ ଦିଶାହୀନ ହୋଇ ଲୋଡ଼ଇ ଆପଣା ପଥ

ପାନ୍ଥ ହଜିଯାଏ ପଥ ଧାରେଧାରେ ପାଏନି ନିଜ ଠିକଣା

ବିପଣି ବଣିକ ଛିନ୍ନଭିନ୍ନ ସବୁ ହୋଇଯାନ୍ତି ବାଟବଣା ।

 

ଆପଣା ନିଃଶ୍ବାସ କରେ ସାତପର ବେଳକାଳ ଥାଏ ଉଣ୍ଡି

ସବୁ ସମ୍ମୋହନ ଅଳିକ ସପନ ଭୂଷଣରେ ହୋଇ ମଣ୍ଡି

ମାୟାର ନଅରେ ମିଛ ମଣ୍ଡପରେ ଦୃଶ୍ୟମାନ ପ୍ରତି ଅଙ୍କ

ସରିଯାଏ କେବେ ହାରିଯାଏ କିଏ ଗତିପଥ ହୁଏ ବାଙ୍କ ।

 

ଅଣିମା ଅନନ୍ତ ଆବୋରି ନେବାକୁ ସମୟ ଯେ ଉପନୀତ

କିଏ ଟାଣୁଥାଏ ଏକ ହାତ ଧରି କିଏ ଟାଣେ ଆନହାତ

ଆତ୍ମା ପରମାତ୍ମା ଚିହ୍ନିବା ବେଳକୁ ବେଳକାଳ ହୁଏ ଊଣା

ମିଛର ଦରିଆ ଧୋଇନିଏ ସବୁ ପ୍ରଲୋଭନ ହୁଏ ଚୁନା ।

 

ଧନଜନ ମାନ ଯେତେ ଅରଜନ ସାଥୀ ନୁହଁଇ ତ କେବେ

ଶୂନ୍ୟ ଆକାଶରେ ଶୂନ୍ୟ ଛାତ ତଳେ ଚିତ୍କାର କରନ୍ତି ଭବେ

ଭବିତବ୍ୟ ଯାହା ଫଳୁଅଛି ତାହା ରୋକି ପାରେନାହିଁ କେହି

ସୁନାର ମହଲ ରାଜନ ବ୍ୟଞ୍ଜନ ସବୁ ଯାଏ ବୃଥା ହୋଇ ।

ବ୍ରହ୍ମପୁର, ଗଂଜାମ

Related posts

ଲାଞ୍ଜିଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

କୋକସରା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଅନୁଷ୍ଠିତ

Sunil Chandra Nayak

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

Leave a Comment

error: Content is protected !!