ସ୍ଥାପତ୍ୟ ଙ୍କ ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ
ରାଉରକେଲା: ଦି ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର (ଭାରତ) ର ରାଉରକେଲା ଶାଖା ଓ ଏନ୍ଆଇଟି ତରଫରୁ ମିଳିତ ଆନୁକୂଲ୍ୟରେ ଏ ଏନ୍ ପଟେଲ ମେମୋରିଆଲ ହଲ୍ ଠାରେ ସ୍ଥାପତ୍ୟ ମାନଙ୍କର ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ” ଟ୍ରେଣ୍ଡସ୍ ଇନ୍ ଆଡଭାନ୍ସ ବିଲଡିଂ କନଷ୍ଟ୍ରକସନ ଆଣ୍ଡ ଇନୋଭେଟିଭ ବିଲଡିଂ ମେଟେରିଆଲ” ସମ୍ପର୍କରେ ଆଲୋଚନା ଓ ସନ୍ଦର୍ଭ ପାଠ କରାଯାଇଥିଲା। ଅନୁଷ୍ଠାନ ରାଉରକେଲା ଶାଖା ର ଅଧ୍ୟକ୍ଷ ଇଂ ଏସ୍ କେ ପୋଲାକିଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର
ଆବାହକ ସ୍ଥପତି ଅଭିଷେକ ଦାସ ଓ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ଅଜିତ ବେହେରା ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆରଏସପି ଟାଉନ ବିଭାଗର ସିଜିଏମ ବିଜୟ କୁମାର ଯୋଯୋ, କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକ ଏନ୍ଆଇଟି ର ନିର୍ଦ୍ଦେଶକ ଦାୟିତ୍ବରେ ଥିବା ପ୍ରଫେସର ପ୍ରଦୀପ ସରକାର ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହ ଏଭଳି କାର୍ଯ୍ୟକ୍ରମ ର ଆବଶ୍ୟକତା ଓ ସମାଜ ପ୍ରତି ପ୍ରତିବଦ୍ଧତା, ତଥା ରାଉରକେଲା ଇସ୍ପାତ କାରଖାନାର ବିିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାପତ୍ୟ ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଫେସର ଅଙ୍କୁର ବାଘେଲ ଓ ପ୍ରଫେସର ବିନିତ କୁମାର ଅନ୍ୟତମ ଆବାହକ ରୂପେ ଯୋଗଦେଇ ଥିଲେ । ଦ୍ବିତୀୟ ପର୍ଯ୍ୟାୟ ଟେକ୍ନିକାଲ ସେସନ୍
ରେ ପ୍ରଫେସର ନୁଆମାନ ନିଜାମୁଦ୍ଦିନ,ସ୍ଥପତି ଗୈାତମ ଅଗ୍ରୱାଲ, ସ୍ଥପତି ଯୋଗେଶ ଛତ୍ରିଆ, ସାରଙ୍ଗ ଶୋଭନ ପଟେଲ, ଗୈାରବ କୁମାର ସିହ୍ନା,ସରୋଜବିନ୍ଦୁ ମହନ୍ତ, ପ୍ରଫେସର ଅଙ୍କୁର ବାଘେଲ, ପ୍ରଫେସର ସୀମନ୍ତନୀ ବେହେରା,ସୁମିତ ଚାନ୍ଦୁକା, ପ୍ରଫେସର ବିନିତ କୁମାର ଓ ସ୍ଥପତି ଅଭିଷେକ ଦାସ ପ୍ରମୁଖ ସେମାନଙ୍କ ବିଷୟ ଭିତ୍ତିକ ରିସର୍ଚ୍ଚ ପେପର୍ ଉପସ୍ଥାପନା କରିଥିଲେ। ଉଭୟ ଅନଲାଇନ୍ ଓ ଅଫ୍ ଲାଇନ ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଯାହା ନିର୍ମାଣ ହେଉଛି, ତାହା କିପରି ବିନା ବାତାନୁକୁଳିତ ଯନ୍ତ୍ରରେ ଥଣ୍ଡା, ବର୍ଷାଜଳ ସଂରକ୍ଷଣ,ମାଟି କାନ୍ଥକୁ ସୁନ୍ଦର ଓ ଦୀର୍ଘସ୍ଥାୟୀ ତଥା କମ୍ ଖର୍ଚ୍ଚରେ ପ୍ରଭାବଶାଳୀ ମାଧ୍ୟମରେ କିପରି ସ୍ଥାପତ୍ୟ ହୋଇପାରିବ ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ ଓ ସେହିପରି ଲୈ।ହଖଣିରେ ଥିବା ଖଣିଜ ପଥର କୁ ସଂଗ୍ରହ କରାଯାଇ ସେଥିରେ ସୁନ୍ଦର ରୂପ ଦେଇ ଘର କରଣାରେ ଲଗାଯାଇ ପାରିବ ଓ ଏଥିରେ ଉପଯୁକ୍ତ ମେସିନ ଦ୍ବାରା ତାକୁ ସୁନ୍ଦର ରୂପ ଦିଆଯାଇପାରୁଛି,ସେ ସମ୍ପର୍କରେ ତଥ୍ୟ ତଥା ଆଲୋଚନା କରିଥିଲେ।
ସେହିପରି ଦ୍ବିତୀୟ ଦିବସ ଉଦଯାପନୀ କାର୍ଯ୍ୟକ୍ରମରେ ଆଇଆଇଏ ର ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷା ସ୍ଥପତି ସ୍ବପ୍ନାଦତ୍ତ ମହାନ୍ତି ମୁଖ୍ୟଅତିଥି ଓ ଆରଡିଏ ର ପ୍ରାକ୍ତନ ପ୍ଲାନିଂ ମେମ୍ବର ରାମମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ସ୍ଥପତି ଶ୍ରୀ ଦାସ ସମ୍ମିଳନୀର ଆଭିମୁଖ୍ୟ, ଅଧ୍ୟକ୍ଷ ଇଂ ପୋଲାକି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଓ ଶେଷରେ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମକୁ ଅର୍ପିତା ସାହୁ ପରିଚାଳନା କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

