ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘିଆ ଟାଙ୍ଗର ଜମିରା ସାହିରେ ମୌଳିକ ସୁବିଧାରୁ ବଂଚିତ  .ପାଣି ପାଇଁ ରାସ୍ତା ରୋକ 

.ବାଘିଆ ଟାଙ୍ଗର ଜମିରା ସାହିରେ ମୌଳିକ ସୁବିଧାରୁ ବଂଚିତ 

.ପାଣି ପାଇଁ ରାସ୍ତା ରୋକ 

  ମୟୂରଭଞ୍ଜ -4/3:  // ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ କଥାକହି ନିର୍ବାଚନ ବୈତରଣୀ ପାର ହେଉଥିବା ବେଳେ, ଆଦିବାସୀ ବିକାଶ ଲାଗି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆଜିବି ମୟୂରଭଞ୍ଜ ଜିଲ୍ଲାର ଅନେକ ଆଦିବାସୀ ଗାଁ ରେ ମୌଳିକ ସୁବିଧା ପହଞ୍ଚି ପାରୁନି। କେଉଁଠି ରାସ୍ତା ଓ ପୋଲ ନ ଥିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି ତ କେଉଁଠି ଲୋକଙ୍କୁ ମିଳିପାରିନି ପାନୀୟଜଳ ଏବଂ ବାସଗୃହ ଭଳି ମୌଳିକ ସୁବିଧା। ମୟୂରଭଞ୍ଜ ର ଆଦିବାସୀ ଗାଁ ରେ ୫ଜି ଟାୱର୍ ଲାଗୁଛି ସତ ହେଲେ ବାସ୍ତବରେ ନିରୀହ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଜାତଳା ପଞ୍ଚାୟତ ଅଧୀନସ୍ଥ ବାଘିଆ ଟାଙ୍ଗର ଜମିରାସାହି ରେ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ସମସ୍ତେ ଦାରିଦ୍ର୍ୟତ ସୀମାରେଖା ତଳେ ରହିଛନ୍ତି। ଏମାନଙ୍କ ମୂଖ୍ୟ ଜୀବିକା ଚାଷ। ଲୋକଙ୍କର କିଛି କିଛି ଚାଷଜମି ରହିଥିଲେ ମଧ୍ୟ ଅନେକ ସମୟରେ ହାତୀ ଫସଲ ନଷ୍ଟ କରିଦେଉଥିବା ରୁ ସଠିକ ଭାବେ ଅମଳ ହୁଏନି କି କ୍ଷତି ପୂରଣ ବି ଏମାନଙ୍କୁ ମିଳୁନଥିବାର ଗ୍ରାମବାସୀ କହିଛନ୍ତି। ଫଳରେ ରୋଜଗାର ନ ଥିବାରୁ ଗାଁ ଯୁବକ ମାନେ ଅନେକ ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଆନ୍ତି। ସେହିପରି 3ଟି ନଳକୂପ ଥିଲେ ମଧ୍ୟ ଠିକ୍ ରେ ପାଣି ବାହାରୁ ନ ଥିବାରୁ ଗାଁ ଲୋକେ ଏକ ଗାଡିଆ ରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରିଥାନ୍ତି। ଏହି ବିଷୟରେ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଦାବି, ଗୁହାରି ପରେବି ବିଫଳ l ପ୍ରାୟ 2ମାସ ହେଲା ପିଇବା ପାଣି ବହୁତ ସମସ୍ୟା ଦେଖା ଦେଇଛି lବାଘିଆ ଟାଙ୍ଗର ଜମିରା ସାହି ବିଗତ 2ବର୍ଷ ରୁ ଅଧିକ ହେବ ବସୁଧା ପାଇଁ ଅଧା ପନ୍ତରା ପାଇବ ପକାଇଛନ୍ତି l କୌଣସି ବସୁଧା ଟାଙ୍କି କିମ୍ବା ବୋରିଂ ସହ ସଂଯଗ କରାଯାଇନାହିଁ l ଆଜି ଗ୍ରାମବାସୀ ମାନେ ବିଜାତଳା ବ୍ଲକ ସମୁଖ ରେ ରାସ୍ତା କୁ ବନ୍ଧ କରିଥିଲେ l

ପ୍ରଶାସନ ତତ୍ପରତା ଦେଖାଇ ଆଜି ହିଁ ଟ୍ରାକଟର ସାହାଯ୍ୟ ରେ ପାଣି ଯୋଗାଇ ଦେବା ପରେ ପ୍ରାୟ 2ଘଣ୍ଟା ରୋକ ପରେ ଗ୍ରାମବାସୀ ରାସ୍ତା ରୁ ହଟିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

masiha

ରାଇରଙ୍ଗପୁରସ୍ଥ ରାଷ୍ଟ୍ରପତିଙ୍କ ୨ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ରାସ୍ତାଜାମ୍

Sunil Chandra Nayak

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

Sunil Chandra Nayak

Leave a Comment

error: Content is protected !!