ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ରବଧୁ ନୟନା ମାଝି ଙ୍କ ପରଲୋ

ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ରବଧୁ ନୟନା ମାଝି ଙ୍କ ପରଲୋ

ଡାବୁଗାଁ,୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ କୋଇଲାରୀ ଗ୍ରାମ ର ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ର ବଧୁ ତଥା ସମାଜସେବୀ ନୟନା ମାଝି ଙ୍କର ବୁଧବାର ସକାଳ ୭ ଘ. ସମୟରେ ପରଲୋକ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଳକ ଅଧୀନ କୋଇଲାରୀ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିସିଂ ମାଝି ଙ୍କ ପୁତ୍ରବଧୁ ନୟନା ମାଝି (୭୫) ବର୍ଷରେ ଆଜି କୋଇଲାରୀ ଗ୍ରାମ ସ୍ଥିତ ନିଜ ବାସ ଭବନରେ ସକାଳ ୭ ଘ. ସମୟରେ ଇହଧାମ ତ୍ୟାଗ କରିଥିଲେ | ଯାହା ଫଳରେ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଛି | ଖବରପାଇ ନବରଙ୍ଗପୁର ଜିଲା ର ଅତିରିକ୍ତ ଜିଲାପାଳ ବିଶ୍ଵଜିତ ବର୍ମନ, ଡାବୁଗାଁ ତହସିଲଦାର ହରିଓମ ଭୋଇ, ବିଡିଓ ଶରତ ମାଝି, ଓଡିଶା ସ୍ଵାଧୀନତା ସଂଗ୍ରାମୀ ସାହିତ୍ୟ ସଂସ୍କୃତି ପରିଷଦ ସଭାପତି ମନୋରଞ୍ଜନ ତ୍ରିପାଠୀ, ନବରଙ୍ଗପୁର ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ଡାବୁଗାଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଝରିଗାଁ ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭ୍ନୁ ନାୟକ, ଜିଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଅପରାହ୍ନରେ ଗ୍ରାମ ସ୍ମସାନରେ ପରିବାର ବର୍ଗ, ଗ୍ରାମବାସୀ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ସମାଧି ଦିଆଯାଇଥିଲା | ଏହାସହ କୋଇଲାରୀ କୋଇଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ୨ ମିନିଟ ଶୋକ ସଭା କରାଯାଇଥିଲା | ଏଥିରେ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Rayagada News: JK Paper Mill Accused of Illegally Siphoning Water from Nagabali River

masiha

ନଭେମ୍ବର ୧ ଓ ୨ ତାରିଖରେ ବିପିୟୁଟି ହାକାଥନ୍-୨୦୨୫ ଓ ଟେକ୍ କାର୍ନିଭାଲର ଶୁଭାରମ୍ଭ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!