ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ରବଧୁ ନୟନା ମାଝି ଙ୍କ ପରଲୋ

ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ରବଧୁ ନୟନା ମାଝି ଙ୍କ ପରଲୋ

ଡାବୁଗାଁ,୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ କୋଇଲାରୀ ଗ୍ରାମ ର ସ୍ଵାଧୀନତା ସଂଗ୍ରାମୀ ଙ୍କ ପୁତ୍ର ବଧୁ ତଥା ସମାଜସେବୀ ନୟନା ମାଝି ଙ୍କର ବୁଧବାର ସକାଳ ୭ ଘ. ସମୟରେ ପରଲୋକ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଳକ ଅଧୀନ କୋଇଲାରୀ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିସିଂ ମାଝି ଙ୍କ ପୁତ୍ରବଧୁ ନୟନା ମାଝି (୭୫) ବର୍ଷରେ ଆଜି କୋଇଲାରୀ ଗ୍ରାମ ସ୍ଥିତ ନିଜ ବାସ ଭବନରେ ସକାଳ ୭ ଘ. ସମୟରେ ଇହଧାମ ତ୍ୟାଗ କରିଥିଲେ | ଯାହା ଫଳରେ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଛି | ଖବରପାଇ ନବରଙ୍ଗପୁର ଜିଲା ର ଅତିରିକ୍ତ ଜିଲାପାଳ ବିଶ୍ଵଜିତ ବର୍ମନ, ଡାବୁଗାଁ ତହସିଲଦାର ହରିଓମ ଭୋଇ, ବିଡିଓ ଶରତ ମାଝି, ଓଡିଶା ସ୍ଵାଧୀନତା ସଂଗ୍ରାମୀ ସାହିତ୍ୟ ସଂସ୍କୃତି ପରିଷଦ ସଭାପତି ମନୋରଞ୍ଜନ ତ୍ରିପାଠୀ, ନବରଙ୍ଗପୁର ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ଡାବୁଗାଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଝରିଗାଁ ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭ୍ନୁ ନାୟକ, ଜିଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଅପରାହ୍ନରେ ଗ୍ରାମ ସ୍ମସାନରେ ପରିବାର ବର୍ଗ, ଗ୍ରାମବାସୀ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ସମାଧି ଦିଆଯାଇଥିଲା | ଏହାସହ କୋଇଲାରୀ କୋଇଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ୨ ମିନିଟ ଶୋକ ସଭା କରାଯାଇଥିଲା | ଏଥିରେ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପାଳିତ

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ। ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ….

Sunil Chandra Nayak

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!