ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣଵାହାଲି ଗ୍ରାମ ର ଖେଳ ପଡିଆ ଠାରେ ଦୁଇ ଦିନ ଧରି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ନେହେରୁ ଯୁବା କେନ୍ଦ୍ର ଆୟୋଜନ କ୍ରମେ ଛଞ୍ଚାଣବାହାଲି ଠାକୁରାଣୀ ସାଂସ୍କୃତିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲା। ଫୁଟବଲ,କବାଡି,୧୦୦ ମି.ଦୌଡ଼, ବ୍ୟାଡମିଣ୍ଟନ, ମନ୍ଥର ସାଇକ୍ଲିଙ୍ଗ ବିଭିନ୍ନ ଖେଳ ଆୟୋଜନ ହୋଇଥିଲା।ଏଥିରେ ଧର୍ମଗଡ ବ୍ଲକ ର ବିଭିନ୍ନ ଯୁବ ଅନୁଷ୍ଠାନ ର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ-୨ ଜିଲ୍ଲାପରିଷଦ ଶଙ୍କର ପ୍ରସାଦ ଜୁଏଡ ଯୋଗ ଦେଇଥିବା ବେଲେ ସମ୍ମାନୀତ ଅତିଥି ଭାବରେ ଛଞ୍ଚାଣଵାହାଳି ସମିତି ସଭ୍ୟ ଚର୍ଚ୍ଚିକା ଗୋପାଳ, ଠାକୁରାଣୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ପାଣିଗ୍ରାହୀ,ଖେଳ ଶିକ୍ଷକ ହେମନ୍ତ ମୁନିଆ ପ୍ରମୁଖ ଉପସ୍ଥିତ ଥିଲେ।ବିଜୟୀ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ। ସମାଜ ସେବୀ ମହେଶ୍ୱର ଯୁଏଡ, ଗୋଲାପ ଚନ୍ଦ୍ର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମା ଠାକୁରାଣୀ ସାଂସ୍କୃତିକ ସଙ୍ଗଠନ ର ସଭାପତି,ସମ୍ପାଦକ ତଥା ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

ଷଷ୍ଠ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

Sunil Chandra Nayak

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!