ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

ସବୁ ଜିଲ୍ଲା, ବ୍ଲକ ଓ ଜିଲ୍ଲା ପରିଷଦ ଜୋନ ରେ ଆୟୋଜିତ ହେବ ସର୍ବୋଦୟ ସଂକଳ୍ପ ଶିବିର
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ
ସଂଗଠନ ସହିତ ସଂଘର୍ଷ କୁ ଅସ୍ତ୍ର କରି କଂଗ୍ରେସ ଲଢିବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର ତା ୫ / ୩ /୨୫ ରିଖ :-ଓଡ଼ିଶା ପ୍ରଦେଶ କଂଗ୍ରେସ ର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ଏକ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୨୦୨୭ ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣ କୌଶଳ ପ୍ରସ୍ତୁତି ଥିଲା ଚିନ୍ତନ ଶିବିରରେ ମୁଖ୍ୟ ଆଲୋଚ୍ୟ ବିଷୟ । ସଂଗଠନ ର ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଚିନ୍ତନ ଶିବିର କୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦଘାଟନ କରି କହିଥିଲେ ଯେ କଂଗ୍ରେସ ଦଳ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଏକ ନମ୍ବର ଦଳ ହେବ ରାଜ୍ୟରେ ଏବଂ ଖୁବ୍ କମ ରେ ୬୦୦ ଜିଲ୍ଲା ପରିଷଦ ଆସନ ଜିତିବାର ଲକ୍ଷ୍ୟ ରଖିଛି କଂଗ୍ରେସ । ସେଥିପାଇଁ ତୃଣମୂଳ ସ୍ତରରେ ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସଂଗଠନ ଓ ସଂଘର୍ଷ ପାଇଁ ସେ ଆହ୍ବାନ ଦେଇଥିଲେ ।

ପୂର୍ବତନ ମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ଯୋଗ ଦେଇ ଗାନ୍ଧୀ ଙ୍କ ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ ରାଜନୀତି କୁ ତୃଣ ମୂଳରେ ପହଞ୍ଚାଇ ପାରିଲେ କଂଗ୍ରେସ ଦଳ ମଜଭୁତ ହୋଇ ପାରିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ଯୋଗ ଦେଇ ପଞ୍ଚାୟତ ବ୍ୟବସ୍ଥା ର ଲକ୍ଷ୍ୟ କିପରି ପଥ ଭ୍ରଷ୍ଟ ହୋଇଛି ତାର ଅବତାରଣା କରିବା ସହିତ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ପୂର୍ବତନ ପି ସି ସି ସଭାପତି ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନାରୀନେତ୍ରୀ ନିରୁପମା ପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ସର୍ବ ଭାରତୀୟ ନେତା ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ ପ୍ରମୁଖ ଉଦ୍ଘାଟନୀ ଅଧିବେଶନ ରେ ବକ୍ତବ୍ୟ ରଖିଥିଲେ ।

ଉଦ୍ଘାଟନୀ ଅଧିବେଶନ ପରେ ୩୦ ଟୁ ଜିଲ୍ଲାର ପ୍ରତିନିଧି ମାନେ ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା, ବ୍ଲକ ଓ ଜୋନ ସ୍ତରରେ ସର୍ବୋଦୟ ସଂକଳ୍ପ ଶିବିର ମାନ ଚଳିତ ବର୍ଷ ଶେଷ ସୁଦ୍ଧା ଆୟୋଜିତ ହେବ । ସେହି ଶିବିର ମାଧ୍ୟମରେ ସଂଗଠନ କୁ ବିସ୍ତାରିତ କରିବା ସହିତ ନୂଆ ନୂଆ ସାଥିଙ୍କୁ ସଂଗଠନ ସହିତ ଜଡ଼ିତ କରିବା ପାଇଁ ପ୍ରୟାସ ନିଆଯିବ । ପଞ୍ଚାୟତ ର ସ୍ୱର, ଓଡ଼ିଶାର ସ୍ୱର ଶୀର୍ଷକ ଯାତ୍ରା ଓଡ଼ିଶା ସାରା ଆୟୋଜିତ ହେବ । ପ୍ରତି ପଞ୍ଚାୟତ ରେ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗ ଉପରେ ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ବାନ ଦିଆ ଯାଇଥିଲା ।

ଏହି ଚିନ୍ତନ ଶିବିର କୁ ବିଜୟ ପ୍ରଧାନ ସଞ୍ଚାଳନ କରିଥିଲେ ଏବଂ ରୂପକ ତୁରୁକ, ସରୋଜ ବଳ, ପ୍ରଦ୍ୟୁମ୍ନ ଦାସ, ପ୍ରତାପ ପ୍ରଧାନ, ଗଣେଶ ସାହୁ, ସନ୍ତୋଷ ଜେନା, ପଦ୍ମ ଲୋଚନ ବେହେରା, ସୁରେଶ ଚୌଧୁରୀ, ନିରଞ୍ଜନ ଲେଙ୍କା, ପ୍ରଭାସିନୀ ରାଉତ, ପାଣ୍ଡବ କର୍ଣ୍ଣ, ଲବ କୁମାର ସାହୁ, ମୀନକେତନ ବେହେରା, ସୁଦର୍ଶନ ପାଇକରାୟ, ସୁବାସ ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ବନ୍ଦେ ମାତରଂ ଓ ଜୟ ଜଗତ ଗୀତ ରୁ ଆରମ୍ଭ ହୋଇଥିଲା ଶିବିର ଓ ଜାତୀୟ ସଙ୍ଗୀତ ଗାନ ରେ ସମାପ୍ତ ହୋଇଥିଲା ଚିନ୍ତନ ଶିବିର । ପ୍ରତାପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୀପକ କୁମାର ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

Leave a Comment

error: Content is protected !!